Below header

ଅଗଷ୍ଟ ୧ରୁ ମିଳିବ ଏସବିଆଇର ମୁକ୍ତ ସେବା: ଗାଡି ଏବଂ ଘର କିଣିବା ହେବ ଶସ୍ତା

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ଆରମ୍ଭରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ୍ ଏସବିଆଇ ତାର ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଇବ। ଏସବିଆଇର ଏହି ସୁବିଧା ଯୋଗୁଁ ନୋଏଡାରେ ଘର କିଣିବା ଏବଂ ଇଲେଟ୍ରିକ କାର କିଣିବା ଶସ୍ତା ହୋଇଯିବ।
କିପରି ପାଇବେ ଫାଇଦା?
ଏସବିଆଇର ସେବାମୁକ୍ତ ସେବା
ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ୧ ଅଗଷ୍ଟରୁ ଆଇଏମପିଏସ (ଇମିଡିଏଡ ମେମେଣ୍ଟ ସର୍ଭିସ) ଦେଣନେଣ କରିବାରେ ଶୁଳ୍କ ଲାଗିବ ନାହିଁ, ଯାହା ଏ ପର୍ଯ୍ୟନ୍ତ ବ୍ୟାଙ୍କ ନିଶ୍ଚିତ ଭାବେ ଲାଗୁ କରିଆସିଛି। ଏହି ଚାର୍ଜ ପଇସା ଟ୍ରାନ୍ସଫର ହିସାବରେ ବଦଳିଯିବ। ଆଇଏମପିଏସ୍ ଅନଲାଇନ ପଇସା ଟ୍ରାନ୍ସଫର କରିବାର ଏକ ସୁବିଧା ଉପାୟ। ଏହା ଜରିଆରେ ଆପଣ କିଛି ମିନିଟ ମଧ୍ୟରେ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆପଣ ଅନ୍ୟ କୌଣସି ବ୍ୟାଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ।

sbi car and home

ଇଲେଟ୍ରିକ କାର କିଣିବା ଶସ୍ତା ହେବ
ଇଲେଟ୍ରିକ କାର କିଣିବା ୧ ଅଗଷ୍ଟରୁ ଶସ୍ତା ହେବ। ଜିଏସଟି କାଉନସିଲ ଇଲେଟ୍ରିକ କାର ଉପରେ ୧୨ ପ୍ରତିଶତ ଜିଏସଟି ଘଟାଇ ୫ ପ୍ରତିଶତ ଜିଏସଟି ଲଗାଇବାର ନିର୍ଣ୍ଣୟ ନେଇଛନ୍ତି। ଏହି ନୂଆ ଦର ଖୁବଶୀଘ୍ର ୧ ଅଗଷ୍ଟରୁ ଲାଗୁହେବ। ଜିଏସଟି କାଉନସିଲ ସମସ୍ତ ଇଲେଟ୍ରିକ ଗାଡି ଉପରେ ଲଗାଯାଇଥିବା ଜିଏସଟିକୁ ୧୮ ପ୍ରତିଶତରୁ କମାଇ ୫ ପ୍ରତିଶତ କରିଦେଇଛନ୍ତି।
ଘର କିଣିବା ହେବ ଶସ୍ତା
ଯଦି ଆପଣ ଘର କିଣିବା ବିଷୟରେ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ନୋଏଡା ଏବଂ ଗ୍ରେଟର ନୋଏଡାରେ ଘର କିଣିବା ୬ ପ୍ରତିଶତ ଶସ୍ତା ହୋଇଯିବ। ଗ୍ରୁପ ହାଇସିଂ ପାଇଁ ୬ ପ୍ରତିଶତ ଏବଂ କର୍ମସିଆଲ ଘର ପାଇଁ ୨୫ ପ୍ରତିଶତ ସରଚାର୍ଜ କାଟିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ଏସବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.