Below header

ଆଶ୍ଚର୍ଯ୍ୟ : ମୃତ ଶିଶୁ ଜିଇଁ ଉଠିଲା, ଶିଶୁକୁ ନେଇ ଧାଇଁଲେ ହସପିଟାଲ

ଚେନ୍ନାଇ : ବେଳେ ବେଳେ ଏମିତି ଘଟଣା ଘଟେ ଯାହା ସମସ୍ତଙ୍କର ଚିନ୍ତା ଓ ଚେତନା ବାହାରେ ଥାଏ । ଭଗବାନଙ୍କ ସୃଷ୍ଟିର ଏହା ହିଁ ବଡ଼ ବିଶେଷତ୍ତ୍ୱ । ତାଙ୍କର ଇଚ୍ଛାରେ ସବୁ କିଛି ଅସମ୍ଭବ ବି ସମ୍ଭବ ହୋଇଥାଏ । ସେଇଥି ପାଇଁ କୁହାଯାଇଛି ‘ଯାକୋ ରଖେ ସାଇଁୟା ମାର୍‌ ସକେନା କୋଇ’ ।

ଏପରି ଏକ ଘଟଣା ଘଟିଛି ତାମିଲନାଡୁରେ । ଜଣେ ଶିଶୁକୁ ଡାକ୍ତର ମୃତ ଘୋଷଣା କଲା ପରେ ପରିବାରରେ କାନ୍ଦ ବୋବାଳି ପଡ଼ିଥିଲା । ଶେଷରେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ନେଇ ଯାଇଥିଲେ ଶିଶୁଟିକୁ ।

ହେଲେ ଅନ୍ତିମ ସଂସ୍କାର କଲାବେଳେ ଶିଶୁର ଶ୍ୱାସକ୍ରିୟା ଚାଲୁଥିବାର ଜାଣିବାକୁ ମିଳିଲା । ଫଳରେ ଲୋକେ ଶିଶୁଟିକୁ ନେଇ ଧାଇଁଲେ ମେଡିକାଲ୍‌ । ଅନ୍ୟ ଜଣେ ଡାକ୍ତର ଶିଶୁଟି ବଞ୍ଚିଥିବା କହିବା ସହ ତା’ର ଚିକିତ୍ସା ଆରମ୍ଭ କରିଥିଲେ ।

ଏବେ ଶିଶୁଟିର ଚିକିତ୍ସା ଚାଲିଛି ଓ ଶିଶୁଟି ଭଲ ଥିବା ଜଣାଯାଇଛି । ଲୋକେ ଏହି ଅଦ୍ଭୁତ ଘଟଣା ପାଇଁ ଇଶ୍ୱରଙ୍କୁ ଧନ୍ୟବାଦ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.