ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସହ ଥିଲା ମହେନ୍ଦ୍ର ସିଂହ ଧୋନୀଙ୍କ ଅଫେୟାର୍‌

କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ବିବାହ କରିଛନ୍ତି ସାକ୍ଷୀ ରାବତଙ୍କୁ । ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ହେଲେ ଆପଣ ଜାଣନ୍ତି କି ସାକ୍ଷୀଙ୍କୁ ବିବାହ କରିବା ପୂର୍ବରୁ ଧୋନୀଙ୍କର ଏହି ସବୁ ଅଭିନେତ୍ରୀଙ୍କ ସହ ଅଫେୟାର ଥିଲା ବୋଲି ।

ନୂଆଦିଲ୍ଲୀ :  ପୂର୍ବତନ ଇଣ୍ଡିଆନ୍‌ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକଙ୍କର ଅଭାବ ନାହିଁ । ଏବେ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି । ହେଲେ ଆଜି ବି ତାଙ୍କୁ ପ୍ରଶଂସକ ସେତିକି ଭଲ ପାଆନ୍ତି ଯେମିତି ଆଗରୁ ଭଲ ପାଉଥିଲେ । ହେଲେ ଆପଣ ଖୁବ୍‌ କମ୍‌ ଜାଣିଥିବେ ଯେ ବିବାହ ପୂର୍ବରୁ ତାଙ୍କର ବଲିଉଡର ଏହି ଅଭିନେତ୍ରୀଙ୍କ ସହ ଅଫେୟାର ଥିଲା ବୋଲି । ଆସନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀମାନେ ଯିଏ ଧୋନୀଙ୍କୁ ଦିଲ୍‌ ଦେଇ ବସିଥିଲେ ।

laxmi actress
photo credit: patrika.com

ରାୟ ଲକ୍ଷ୍ମୀ :

ଅଭିନେତ୍ରୀ ରାୟ ଲକ୍ଷ୍ମୀ ସାଉଥର ବହୁ ଫିଲ୍ମରେ ଅଭିନୟ କରିସାରିଛନ୍ତି । କୁହାଯାଏ ୨୦୦୮ରେ ତାଙ୍କର ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଭେଟ ହୋଇଥିଲା । ତା’ପରେ ଉଭୟଙ୍କୁ ନେଇ ବହୁତ କିଛି ଶୁଣିବାକୁ ମିଳିଥିଲା । ହେଲେ କିଛି ଦିନ ପରେ ତାଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା । ଏ କଥା ମଧ୍ୟ ରାୟ ଲକ୍ଷ୍ମୀ ଏକ ସାକ୍ଷାତକାରରେ ମାନି ଥିଲେ ।

deepika
photo credit: patrika.com

ଦୀପିକା ପାଦୁକୋଣ :

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛି । ଦୀପିକାଙ୍କ ପ୍ରାରମ୍ଭିକ କ୍ୟାରିଅର ସମୟରେ ତାଙ୍କ ନାମ ଅନେକଙ୍କ ସହ ଶୁଣିବାକୁ ମିଳିଥିଲା । କ୍ରିକେଟର ଯୁବରାଜ ସିଂଙ୍କ ସହ ତାଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲା । ହେଲେ ଏହା ପୂର୍ବରୁ ଧୋନୀଙ୍କ ସହ ତାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଶୁଣିବାକୁ ମିଳେ ଦୀପିକାଙ୍କ କହିବା ଅନୁଯାୟୀ ଧୋନୀ ତାଙ୍କର ଲମ୍ବା ବାଳ କାଟିଥିଲେ ।

asin
photo credit: patrika.com

ଅସିନ :

ସାଉଥର ଲୋକପ୍ରିୟ ଅଭିନେତ୍ରୀ ଅସିନ ଏବେ ତାଙ୍କର ବିବାହିତ ଜୀବନ ଉପଭୋଗ କରୁଛନ୍ତି । ହେଲେ ସମୟ ଥିଲା ତାଙ୍କ ନାମ ମଧ୍ୟ ଧୋନୀଙ୍କ ସହ ଯୋଡି ହୋଇଥିଲା । ୨୦୧୦ ଆଇପିଏଲ୍‌ ସିଜନ ସମୟରେ ମଧ୍ୟ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ପରେ ଅସିନଙ୍କ ସହ ତାଙ୍କର ବ୍ରେକ ଅପ୍‌ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.