Below header

ଦିଲ୍ଲୀ-ଭବନେଶ୍ବର ରାଜଧାନୀରେ ଏକ୍ସପ୍ରେସରେ ଖାଦ୍ୟ ଖାଇ ୨୦ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଦିଲ୍ଲୀ-ଭବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ଖାଦ୍ୟ ଖାଇ ୨୦ ଯାତ୍ରୀ ଅସୁସ୍ଥ । ଆଜି ଏହି ଘଟଣା ଘଟିବା ପରେ ବୋକାରୋ ଷ୍ଟେସନରେ ରେଳବାଇ ତରଫରୁ ଜଣେ ଡାକ୍ତର ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା କରିଛନ୍ତି । ପରେ ପରେ ଟାଟା ନଗରରୁ ଆଉ ଜଣେ ଡାକ୍ତର ପହଞ୍ଚି ରୋଗୀମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେଇଛନ୍ତି । ଅସୁସ୍ଥ ରୋଗୀମାନେ କେହି ଟ୍ରେନରୁ ଓହ୍ଲାଇ ନାହାନ୍ତି ଏବଂ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ନେଇ ରେଳବାଇ ତରଫରୁ ସୂଚନା ଦିଆଯାଇଛି ।

ତେବେ ଟ୍ରେନରେ ଏଭଳି ପରିସ୍ଥିତ କାହିଁକି ହେଲା ତାର ତଦନ୍ତ କରାଯିବ ବୋଲି ରେଳ ବିଭାଗର ମୁଖପାତ୍ର ସୂଚନା ଦେଇଛନ୍ତି । ଆଜି ପ୍ୟାଣ୍ଟ୍ରି କାର୍‌ର ଯାଞ୍ଚ କରାଯିବା ସହିତ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟ ନମୂନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.