ଆତଙ୍କରେ ଆତଙ୍କୀ ରାଷ୍ଟ୍ର, ଖୁବ୍ ଶୀଘ୍ର ପାକିସ୍ତାନ୍ ଉପରେ ଆକ୍ରମଣ କରିପାରେ ଭାରତ

ଭୟରେ ପାକିସ୍ତାନ । କାରଣ ଖୁବ୍ ଶୀଘ୍ର ଭାରତ କରିପାରେ ଆକ୍ରମଣ । ଏଭଳି ଦାବି କରିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ୍ କୁରେଶି । ୧୬ ରୁ ୨୦ ଏପ୍ରିଲ୍ ମଧ୍ୟରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିପାରେ । ଏନେଇ ଭାରତ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିସାରିଛି ବୋଲି ସୂଚନା ପାଇଥିବା ଦାବି କରିଛନ୍ତି କୁରେଶି । ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସଠିକ୍ ପ୍ରମାଣିତ କରିବା ସହ ଇସଲାମବାଦ ବିରୋଧରେ ରାଜନୈତିକ ଚାପ ବଢାଇବା ଏହି ଆକ୍ରମଣର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି କୁରେଶି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.