Below header

ଏକତରଫା ପ୍ରେମରେ ହେଡ କନଷ୍ଟେବଳ ନେଇଗଲେ ସହକର୍ମୀଙ୍କ ଜୀବନ, ଦୁଇ ବର୍ଷ ଯାଏଁ ପରିବାରକୁ ଭୁଆଁ ବୁଲାଉଥିଲେ

ଭେଟନ୍ତୁ ଦିଲ୍ଲୀ ପୋଲିସର ହାଇପ୍ରୋଫାଇଲ କିଲରକୁ, ଯିଏ ହତ୍ୟା କରି ଦୁଇ ବର୍ଷ ଯାଏଁ ତାର ପରିବାରକୁ ଭୁଆଁ ବୁଲାଉଥିଲା

ଭାରି ଚତୁର ଆଉ ଚାଲାକ ଥିଲା ସୁରେନ୍ଦ୍ର । ନିଜେ ଅଭିଯୁକ୍ତ ହୋଇ ବି ପରିବାରଙ୍କ ସହ ମିଶି ଖୋଜୁଥିଲା । ଏମିତି ଜବରଦସ୍ତ ଅଭିନୟ କରୁଥିଲା ଯେ କେହି ତାର ଟେର୍‌ ପାଉନଥିଲେ । ଦୁଇ ବର୍ଷ ଧରି ମୋନାର ପରିବାର ଲୋକଙ୍କୁ ଭୂଆଁ ବୁଲାଇ ଚାଲିଲା । କିନ୍ତୁ ଅଭିଯୁକ୍ତ ଯେତେ ଚାଲାକ ହେଉ ପଛେ ଆଇନ୍‌ ଆଗରେ ଫିକା।

ଆମେ ଆପଣଙ୍କୁ କହୁଛୁ ୨ ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ଦିଲ୍ଲୀ ଲେଡି କନଷ୍ଟେବଳଙ୍କ ହତ୍ୟାକାଣ୍ଡ । ଘଟଣାକୁ ଦୁଇ ବର୍ଷ ବିତିଯାଇଥିଲେ ବି ବର୍ତ୍ତମାନ ଖୋଲିଲା ହତ୍ୟା ରହସ୍ୟ । ୨ ବର୍ଷ ପରେ ଖୋଲିଲା ଦିଲ୍ଲୀ ଲେଡି କନଷ୍ଟେବଳଙ୍କ ହତ୍ୟା ରହସ୍ୟ । ଏକ ତରଫା ପ୍ରେମକୁ ନେଇ ଅନେକ ହତ୍ୟା ଘଟଣା ଆପଣ ଶୁଣିଥିବେ । କିନ୍ତୁ ଦିଲ୍ଲୀରେ ମହିଳା କନଷ୍ଟେବଳଙ୍କ ହତ୍ୟାର ରହସ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଘଟଣାରେ ସବୁଠୁ ଖାସ କଥା ହେଉଛି ଏଥିରେ ହତ୍ୟାକାରୀ ଅନ୍ୟ କେହି ନୁହେଁ ବରଂ ମୃତ ମହିଳା କନଷ୍ଟେବଳଙ୍କ ସହ କାର୍ଯ୍ୟରତ ହେଡ କନଷ୍ଟେବଳ ।

ଏକତରଫା ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବା ପରେ ମହିଳା କନଷ୍ଟେବଳଙ୍କୁ ହେଡ କନଷ୍ଟେବଳ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସର ତଦନ୍ତ ରିପୋର୍ଟ ଅନୁସାରେ, ସୁରେନ୍ଦ୍ର ରାଣାଙ୍କ ନିଯୁକ୍ତି ୨୦୧୨ରେ ଦିଲ୍ଲୀ ପୁଲିସର ପିସିଆର ୟୁନିଟରେ ହୋଇଥିଲ । ସେ ଏଠାରେ ହେଡକନଷ୍ଟେବଳ ଭାବେ ଯୋଗ ଦେଇଥିଲେ । ଠିକ୍ ଏହାର ୨ ବର୍ଷ ପରେ ୨୦୧୪ରେ ମହିଳା କନଷ୍ଟେବଳଙ୍କ ନିଯୁକ୍ତି ଏହି ୟୁନିଟରେ ହେଲା । ଏକା ସଙ୍ଗେ କାମ କରୁଥିବାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଭଲ ଥିଲା । ମୋନା ସୁରେନ୍ଦ୍ରକୁ ଯଥେଷ୍ଟ ସମ୍ମାନ ଦେଉଥିବାବେଳେ ସୁରେନ୍ଦ୍ର କିନ୍ତୁ ମୋନା ପ୍ରେମରେ ପଡିଯାଇଥିଲେ ।

imagesମୋନା ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ତାଙ୍କ ସ୍କୁଲ ଓ କଜେଲର ଟପ୍ପର ଥିଲେ । କିଛି ମାସର ବ୍ୟବଧାନରେ ତାଙ୍କର ପଦୋନ୍ନତି ହୋଇ ସବଇନ୍ସପେକ୍ଟର ପଦ ମିଳିଥିଲା । ଏହାସହ ମୋନା ଆଇପିଏସ୍ ସ୍ୱପ୍ନକୁ ପୂରଣ କରିବାକୁ ମୁଖାର୍ଜୀନଗରରେ କୋଚିଙ୍ଗ କ୍ଲାସ ଜଏନ୍ କରିବା ସହ ୟୁପିଏସସି ପାଇଁ ଜୋର ଦାର ପ୍ରସ୍ତୁତି ଚଳାଇଥିଲେ । ଏହି ସମୟ ମଧ୍ୟରେ ହେଡକନଷ୍ଟେବଳ ମୋନାଙ୍କୁ ଫୋନରେ ପ୍ରେମ ନିବେଦନ କରିଥିଲା, ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ମୋନା ।

କିଛି ଦିନ ପରେ ସୁରେନ୍ଦ୍ର ରାଣା ମୁଖାର୍ଗୀନଗର ସ୍ଥିତ ମୋନାଙ୍କ ବାସଭବନକୁ ଯାଇ ତାଙ୍କୁ ମିଛ କଥା କହି ଗାଡିରେ ନେଇ ନିଜ ଘରକୁ ଯାଉଥିଲେ । ଅଧବାଟରେ ନିଜର ଦୁଇ ସହଯୋଗୀଙ୍କ ସହ ମିଶି ମୋନାର ତଣ୍ଟି ଚିପି ହତ୍ୟା କରିବା ସହ ମୃତ ଦେହକୁ ଏକ ନାଳରେ ପଥର ବାନ୍ଧି ଫିଙ୍ଗିଦେଇଥିଲେ ।

ମୋନା କୁଆଡେ ଚାଲିଯାଇଛନ୍ତି ବୋଲି ଫୋନରେ ମୋନାଙ୍କ ପରିବାର ଲୋକଙ୍କୁ କହିଥିଲେ । ନିଜର ଅପରାଧକୁ ଲୁଚାଇବାକୁ ହେଡକନଷ୍ଟେବଳ ଅନେକ ମିଛ କାହାଣୀ ସୃଷ୍ଟି କରିଥିଲା । ନିଜ ଶଳା ଓ ତା’ ସାଙ୍ଗଙ୍କ ଜରିଆରେ ମୋନାଙ୍କ ଭଏସ୍ ମଡ୍ୟୁଲେଟ୍ କରି ଫୋନରେ ତାଙ୍କ ପରିବାର ଲୋକଙ୍କୁ ଶୁଣାଉଥିଲେ । ଯେପରି ମୋନା ବଞ୍ଚିଛନ୍ତି ବୋଲି ପରିବାର ଲୋକେ ଭାବିବେ । ହେଲେ ଆଉ କିଛି ବି ଟେର ପାଇପାରୁନଥିଲେ ମୋନାଙ୍କ ବାପା, ମା’ ।

କିନ୍ତୁ କୁହାଯାଏ ନା ଅଭିଯୁକ୍ତ ଯେତେ ବି ଚାଲାକ ହେଇଥାଉ ନା କାର୍ହିକି ଆଇନ ଆଗରେ ହାର ମାନିବ । ମୋନାର ବାପା ମାଆ ସ୍ଥାନୀୟ ପୁଲିସର ସହାୟତା ଲୋଡିଥିଲେ ବି କିଛି ଲାଭ ହେଲାନାହିଁ । ଫଳରେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଦ୍ୱାରସ୍ଥ ହେଲେ, ସେ ଏହି ଦାୟିତ୍ୱକୁ କ୍ରାଇବ୍ରାଞ୍ଚ ହାତକୁ ହସ୍ତାନ୍ତର କଲେ । କ୍ରାଇମବ୍ରାଞ୍ଚ ଖୋଳତାଡ ଆରମ୍ଭ କଲେ । ଏବେ ହତ୍ୟାର ୨ ବର୍ଷ ପରେ ସତ ସାମ୍ନାକୁ ଆସିଲା । ଅଲିପୁରର ବଡନାଳରୁ ମୋନାଙ୍କ କଙ୍କାଳ ଜବତ କରିବା ପରେ ହେଡକନଷ୍ଟେବଳକୁ ଥାର୍ଡ ଡିଗ୍ରୀ ଚାର୍ଜ କରିଥିଲା କ୍ରାଇମବ୍ରାଞ୍ଚ ପୁଲିସଏବଂ ସେ ସବୁ ସତ ଓଗାଳିଥିଲା । ଯାହାପରେ ଏବେ ପୋଲିସର ହେପାଜତରେ ରହିଛି ଚାଲାକ ଚତୁର ଅଭିଯୁକ୍ତ ସୁରେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.