ସୁବର୍ଣ୍ଣରେଖା କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଗନୋଳି ଗ୍ରାମ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର। ଆଜି ଅପରାହ୍ନରେ ସ୍ଥାନୀୟ ଗ୍ରାମବାସୀ ମାନେ କେନାଲ କୁ ଶୌଚ ହେବାକୁ ଯାଇଥିବା ବେଳେ ପାଣି ଭିତରେ ମୃତ ଦେହ ପଡିଥିବାର ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ସୂଚନା ଦେଇଥିଲା।

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଗନୋଳି ଗ୍ରାମ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର। ଆଜି ଅପରାହ୍ନରେ ସ୍ଥାନୀୟ ଗ୍ରାମବାସୀ କେନାଲକୁ ଶୌଚ ହେବାକୁ ଯାଇଥିବା ବେଳେ ପାଣି ଭିତରେ ମୃତ ଦେହ ପଡିଥିବାର ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ସୂଚନା ଦେଇଥିଲା।
ଖବର ପାଇ ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ମିଳିତ ସହାୟତାରେ ଶବ ଉଦ୍ଧାର କରାଯିବା ପରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ମୃତ ବ୍ୟକ୍ତିର ବୟସ ଆନୁମାନିକ ୩୦ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।