Below header

ଦିଲ୍ଲୀରେ ଫିକା ପଡ଼ିଲା ନୂଆ ବର୍ଷ ସେଲିବ୍ରେସନ୍‌, ଆଜି ଓ ଆସନ୍ତାକାଲି ପାଇଁ ଜାରି ହେଲା ନାଇଟ୍‌ କର୍ଫ୍ୟୁ

କରୋନା ଯୋଗୁ ଚଳିତବର୍ଷ ନୂଆବର୍ଷ ସେଲିବ୍ରେସନ୍‌ରେ ଗ୍ରହଣ ଲାଗିଛି। ଏବର୍ଷ ରାଜ୍ୟ ତଥା ଦେଶର ପ୍ରାୟ ସବୁସ୍ଥାନରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ପ୍ରତିବନ୍ଧକ ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଜିରୋ ନାଇଟ୍‌ ଓ ନୂଆ ବର୍ଷ ସେଲିବ୍ରେସନ୍‌ ଉପରେ ପ୍ରତିବନ୍ଧକ ଲାଗିଛି।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଇଛନ୍ତି। ଏଣୁ ଏବେ ସାର୍ବଜନୀନ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଦିଲ୍ଲୀବାସୀ ଏବର୍ଷ ନୂଆବର୍ଷକୁ ସେଲିବ୍ରେଟ୍‌ କରିପାରିବେ ନାହିଁ। ଏହା ବ୍ୟତୀତ ୩୧ ଡିସେମ୍ବର ରାତି ୧୧ଟା ଠାରୁ ୧ ଜାନୁଆରୀ ସକାଳ ୬ଟା ପର୍ଯ୍ୟନ୍ତ ଓ ୧ ଜାନୁଆରୀ ରାତି ୧୧ଟାରୁ ୨ ଜାନୁଆରୀ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ସାର୍ବଜନୀନ ସ୍ଥାନରେ ସଭାସମିତି, ପାର୍ଟି ଆଦିକୁ ଅନୁମତି ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.