ଆଉ କିଛି ଘଣ୍ଟାର ଅପେକ୍ଷା, ବିଦାୟ ନେଉଛି ୨୦୨୦: ଆସନ୍ତାକାଲି ସାରା ବିଶ୍ୱ ଦେଖିବ ୨୦୨୧ର ପ୍ରଥମ ସୂର୍ଯ୍ୟୋଦୟ

ଭୁବନେଶ୍ବର: ଆଉ କିଛି ଘଣ୍ଟାର ଅପେକ୍ଷା। ବିଦାୟ ନେଉଛି ୨୦୨୦। ନୂତନ ଆଶା ଓ ଆକାଂକ୍ଷା ନେଇ ପାଦ ଥାପିବ ୨୦୨୧। କାଲି ସାରା ବିଶ୍ୱ ଦେଖିବ ୨୦୨୧ର ପ୍ରଥମ ସୂର୍ଯ୍ୟୋଦୟ । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷ ଗାଁଠୁ ସହର ଯାଏ ଉତ୍ସବର ପରିବେଶ ଦେଖାଦେଇଥାଏ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡିଛି ମାହୋଲ।

ଘରେ ରହି ନୂଆବର୍ଷକୁ ସ୍ୱାଗତ କରିବା ଅପେକ୍ଷାରେ ରାଜ୍ୟବାସୀ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିରୋ ନାଇଟ୍‌ ସେଲିବ୍ରେସନକୁ ବନ୍ଦ କରିଛନ୍ତି। କଟକଣା ଯୋଗୁଁ ଲୋକମାନେ ବାହାରକୁ ଯାଇନପାରି ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମିଠା, କେକ୍‌ ଓ ଫୁଲ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ପରସ୍ପରକୁ ଫୁଲ ଦେଇ ମିଠା ଖୁଆଇ ୨୦୨୧କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.