Below header

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ଲାଠୋର BDCC ବ୍ୟାଙ୍କ ମ୍ୟାନେଜର ଓ ପୁଇଁତଲା ବ୍ଲକ୍‌ PEO, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢଉ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ୟାଙ୍କ ମ୍ୟାନେଜର । ଟିଟିଲାଗଡ଼ ଲାଠୋର BDCC ବ୍ୟାଙ୍କ ମ୍ୟାନେଜର ସାଗର ରଣାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ସାଗର ରଣାଙ୍କ ବାସଭବନ, ତାଙ୍କ ଶଶୁର ଘର ସମେତ ଲାଠୋର ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍‌ର ଏକକାଳୀନ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଇଛି ।

ସେହିପରି ପୁଇଁତଲା ବ୍ଲକ୍‌ PEO ବିହାରୀଲାଲା ବାରିକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରିଛି । ବିହାରୀଲାଲାଙ୍କ ନୁଇଁତଳା କାର୍ଯ୍ୟାଳୟ ସମେତ ଶାନ୍ତିପଡାରେ ଥିବା ଘରେ ଭିଜିଲାନ୍ସ ଚଢଉ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.