Below header

ନିଜକୁ ସମ୍ମାନିତ କଲେ ଡେଭିଡ୍‌ ଓ୍ଵାର୍ଣ୍ଣର, ଦେଲେ ଦଶକର ସର୍ବଶ୍ରେଷ୍ଠ ICC Tiktoker ଆଓ୍ଵାର୍ଡ

ବର୍ଷ ଶେଷରେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ୍‌ ଓ୍ଵାର୍ଣ୍ଣର ନିଜକୁ ଏକ ଖାସ୍‌ ଆଓ୍ଵାର୍ଡରେ ସମ୍ମାନିତ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରି ଏହି ଅଷ୍ଟ୍ରେଲିଆନ୍‌ କ୍ରିକେଟର ନିଜକୁ ଆଇସିସି ଟିକ୍‌ଟକର ଅଫ୍‌ ଦ ଇୟର କହିଛନ୍ତି।

 

View this post on Instagram

 

A post shared by David Warner (@davidwarner31)

ନିକଟରେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ୍‌ (ଆଇସିସି) ଦଶକର ସର୍ବଶ୍ରେଷ୍ଠ କ୍ରିକେଟର୍ସ ତାଲିକା ଘୋଷଣା କରିଥିଲା। ବିରାଟ କୋହଲି ଦଶକର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ବିରାଟଙ୍କୁ ଚୟନ କରାଯାଇଛି। କୋହଲିଙ୍କୁ ଗ୍ଯାରିଫିଲ୍ଡ ସୋବର୍ସ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି।

ସେହିପରି ଧୋନିଙ୍କୁ ଆଇସିସି ଦଶନ୍ଧିର ସ୍ପିରିଟ୍ ଅଫ କ୍ରିକେଟ ଆୱାର୍ଡ ପ୍ରଦାନ କରାଯାଇଛି।

ଏମାନଙ୍କ ବ୍ଯତୀତ ଆଇସିସି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ଦଶକର ଶ୍ରେଷ୍ଠ ଟେଷ୍ଟ ଖେଳାଳି ଏବଂ ଆଫଗାନିସ୍ତାନ ସ୍ପିନର ରାସିଦ ଖାନଙ୍କୁ ଦଶକର ଶ୍ରେଷ୍ଠ ଟି-୨୦ ଖେଳାଳି ଭାବେ ଚୟନ କରିଛି।

ସେହିପରି ମହିଳା ବର୍ଗରେ ଅଷ୍ଟ୍ରେଲିଆର ଏଲିସ ପେରୀଙ୍କୁ ଦଶକର ଶ୍ରେଷ୍ଠ ମହିଳା କ୍ରିକେଟର ସହିତ ଶ୍ରେଷ୍ଠ ଟି-୨୦ ଏବଂ ଦିନିକିଆ ମହିଳା କ୍ରିକେଟର ଆୱାର୍ଡ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.