Below header

ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ସଂଧ୍ୟାରେ ନିଶ୍ଚୟ କରନ୍ତୁ ଏହି କାମ

ମାତା  ଲକ୍ଷ୍ମୀ ଧନ ଏବଂ ଐଶ୍ୱର୍ଯ୍ୟର ଦେବୀ। ଯାହା ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ପ୍ରକାର ଅଭାବ ରହିନଥାଏ।  ମା’ ଲକ୍ଷ୍ମୀଙ୍କ କୃପା ଦ୍ୱାରା ଘରେ ଧନ-ସମ୍ପତ୍ତିର କୌଣସି ଅଭାବ ରହିନଥାଏ। ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଚାହିଁଥାନ୍ତି। ଧନ ସମୃଦ୍ଧି ପ୍ରାପ୍ତି ପାଇଁ ସବୁଠାରୁ ଅଧିକ ଆବଶ୍ୟକ ହେଉଛି ପରିଶ୍ରମ କରିବା। କାରଣ ପରିଶ୍ରମ ଦ୍ୱାରା ସବୁ କିଛି ପ୍ରାପ୍ତ ହୋଇଥାଏ। ପରିଶ୍ରମୀ ଲୋକଙ୍କ ଉପରେ ମା’ ସର୍ବଦା ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଏଭଳି ମଧ୍ୟ କିଛି ଲୋକ ରହିଥାନ୍ତି, ଯେଉଁମାନେ ବହୁତ ପରିଶ୍ରମ କରି ମଧ୍ୟ ତାଙ୍କୁ ଧନ, ସୁଖ-ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇନଥାଏ। ଯଦି ଆପଣଙ୍କର ମଧ୍ୟ ଏଭଳି ସମସ୍ୟା ରହିଥାଏ ତେବେ ଆପଣ ପ୍ରତିଦିନ ଏହି କାର୍ଯ୍ୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିପାରିବେ। ତେବେ ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

tulsi treeହିନ୍ଦୁ ଧର୍ମରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟକୁ ମହତ୍ତ୍ୱପୂର୍ଣ୍ଣ କୁହାଯାଇଥାଏ। ଏହି ଦୁଇଟି ସମୟରେ କରାଯାଉଥିବା ପୂଜା-ପାଠ ବହୁତ ଜଲଦି ଫଳପ୍ରଦ ହୋଇଥାଏ। ଯଦି ଆପଣଙ୍କ ଉପରେ ଆର୍ଥିକ ସମସ୍ୟା ରହିଥାଏ ତେବେ ଆପଣ ମଧ୍ୟ ସଂଧ୍ୟା ସମୟରେ ଏହି କାର୍ଯ୍ୟ କରିପାରିବେ।

ହିନ୍ଦୁଧର୍ମରେ ତୁଳସୀ ବୃକ୍ଷକୁ ବହୁତ ପବିତ୍ର ଏବଂ ପୂଜନୀୟ କୁହାଯାଇଥାଏ। ତୁଳସୀ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ। ଧାର୍ମିକ ଦୃଷ୍ଟି ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ରହିଥାଏ ଏବଂ ପ୍ରତିଦିନ ତାଙ୍କର ପୂଜା କରାଯାଇଥାଏ ସେଠାରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏହିକାରଣରୁ ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାନ୍ତୁ।

tulsi pujaପ୍ରତିଦିନ ସଂଧ୍ୟା ସମୟରେ ତୁଳସୀ ଗଛ ନିକଟରେ ଶୁଦ୍ଧ ଘିଅରେ ଦୀପ ଲଗାନ୍ତୁ । ଏଥିସହ ତୁଳସୀ ଗଛ ଚାରିପଟେ ପରିକ୍ରମା କରିବା ସମୟରେ ସୁଖ-ସମୃଦ୍ଧିର ପ୍ରାର୍ଥନା କରନ୍ତୁ। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଗି ରହିବା ସହ ଘରେ କୌଣସି ପ୍ରକାର ଧନ-ଧାନ୍ୟର ଅଭାବ ଦେଖାଯାଇନଥାଏ।

ଧ୍ୟାନ ରଖନ୍ତୁ ସୂର୍ଯ୍ୟାସ୍ତ ହେବା ପରେ କେବେ ବି ତୁଳସୀ ସ୍ପର୍ଶ କରନ୍ତୁ ନାହିଁ। ଏଥିସହ ତୁଳସୀ ବୃକ୍ଷ ନିକଟରେ ଦୀପ ଲଗାଇବା ବେଳେ ସର୍ବଦା ଚାଉଳର ଆସନ କରି ତା’ଉପରେ ଦୀପ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.