Below header

ପିକ୍‌ଅପ୍‌ ଭ୍ୟାନ୍‌ ଉପରେ ଚଢ଼ିଗଲା ଭାରୀଯାନ, ୮ ଜଣଙ୍କର ଚାଲିଗଲା ଜୀବନ

ଦଲପତପୁର-କାଶୀପୁର ହାଇେଓ୍ଵରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୮ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

ମୁରାଦାବାଦ : ବୋଧହୁଏ ବେଳେ ବେଳେ ବଡ଼ ଦୁର୍ଘଟଣା ସବୁ ଅପେକ୍ଷା କରିଥାଏ ରବିବାର ଦିନକୁ । ଉତ୍ତର ପ୍ରଦେଶର ମୁରାଦାବାଦ ଅନ୍ତର୍ଗତ ଦଲପତପୁର-କାଶୀପୁର ହାଇେଓ୍ଵରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।
ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓ ଡିସିଏମ୍‌ ମଧ୍ୟରେ ଧକ୍କା ହୋଇଥିଲା । ଜିନିଷ ଲୋଡ୍‌ ଥିବା ଡିସିଏମ୍‌ ଗାଡ଼ିଟି ସାମନାରୁ ଆସି ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେବା ପରେ ତାରି ଉପରେ ଓଲଟି ପଡ଼ିଥିଲା । ଫଳରେ ଭାରୀଯାନଟି ତଳେ ପିକଅପ୍‌ ଭ୍ୟାନ୍‌ ପୂରାପୂରି ଚାପି ହୋଇ ଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.