ଭାରତୀୟ ବିମାନବନ୍ଦର ଅଞ୍ଚଳରେ ୧୦ ମିନିଟ୍‌ ଯାଏ ଚକ୍କର କାଟିଲା ପାକିସ୍ତାନୀ ବିମାନ, ପ୍ରବଳ ବର୍ଷା ଯୋଗୁ ଯାଇପାରିଲାନି ଆଗକୁ

ଭାରତୀୟ ବିମାନବନ୍ଦର ଅଞ୍ଚଳରେ ଏକ ପାକିସ୍ତାନୀ ବିମାନ ୧୦ ମିନିଟ ଯାଏ ଚକ୍କର କାଟିଥିଲା। ବାସ୍ତବରେ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର ଏକ ବିମାନ ପ୍ରବଳ ବର୍ଷା ଯୋଗୁ ଲାହୋର ବିମାନବନ୍ଦରରେ ଅବତରଣ କରିବାରେ ବିଫଳ ହୋଇଥିଲା।

ଭାରତୀୟ ବିମାନବନ୍ଦର ଅଞ୍ଚଳରେ ଏକ ପାକିସ୍ତାନୀ ବିମାନ ୧୦ ମିନିଟ ଯାଏ ଚକ୍କର କାଟିଥିଲା। ବାସ୍ତବରେ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର ଏକ ବିମାନ ପ୍ରବଳ ବର୍ଷା ଯୋଗୁ ଲାହୋର ବିମାନବନ୍ଦରରେ ଅବତରଣ କରିବାରେ ବିଫଳ ହୋଇଥିଲା, ଯେଉଁ କାରଣରୁ ବିମାନଟି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ବିମାନବନ୍ଦର ଅଞ୍ଚଳରେ ଚକ୍କର କାଟିଥିଲା।

ରିପୋର୍ଟ ମୁତାବକ, PIA ବିମାନ PK ୨୪୮ ମେ’ ୪ ତାରିଖ ରାତି ୮ଟାରେ ମସ୍କଟରୁ ଫେରୁଥିଲା। ହେଲେ ପ୍ରବଳ ବର୍ଷା ଯୋଗୁ ଏହା ଲାହୋରର ଅଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାରେ ବିଫଳ ହୋଇଥିଲା। ପାଇଲଟ ବିମାନ ଅବତରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବୋଇଙ୍ଗ ୭୭୭ ବିମାନ ଅସ୍ଥିର ହୋଇ ଯାଇଥିଲା, ଯାହାଫଳରେ ଅବତରଣ କରିପାରି ନ ଥିଲା।

ରିପୋର୍ଟରେ କୁହାଯାଇଛି ଯେ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶରେ ପାଇଲଟ ଗୋ-ଅରାଉଣ୍ଡ୍‌ ଆପ୍ରୋଚ୍‌ ଆରମ୍ଭ କରିଥିଲେ। ଏହି ସମୟରେ ପ୍ରବଳ ବର୍ଷା ଏବଂ କମ୍‌ ଉଚ୍ଚତା ଯୋଗୁ ବିମାନ ରାସ୍ତା ହରାଇ ବସିଥିଲା।

ପାକିସ୍ତାନୀ ବିମାନ ୧୩,୫୦୦ ଫୁଟ ଉଚ୍ଚରେ ଘଣ୍ଟା ପ୍ରତି ୨୯୨ କିଲୋମିଟର ବେଗରେ ଉଡ଼ି ବଧାନା ପୋଲିସ ଷ୍ଟେସନରୁ ଭାରତୀୟ ବିମାନବନ୍ଦର ଅଞ୍ଚଳରେ ପ୍ରବେଶ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ ବିମାନ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳରେ ମୋଟ ୧୨୦ କିଲୋମିଟର ଯାତ୍ରା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.