Below header

ସାପ ହେଉଛନ୍ତି ସଂଜୟ ରାଉତ, ଉଦ୍ଧବଙ୍କୁ ଠକି ଏନସିପିରେ ମିଶିବେ, ଏମିତି କହିଲେ ବିଜେପି ବିଧାୟକ ନିତେଶ ରାଣା

ବିଜେପି ବିଧାୟକ ନିତେଶ ରାଣାଙ୍କ ବୟାନକୁ ନେଇ ମୁମ୍ବଇରେ ହଇଚଇ ସୃଷ୍ଟି ହୋଇଛି । ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କୁ ସାପ ସହ ତୁଳନା କରି ରାଣା କହିଛନ୍ତି ଯେ ସଂଜୟ ଠାକ୍‌ରେଙ୍କୁ ଧୋକ୍କା ଦେଇ ୧୦ ଜୁନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର୍ (ଏନସିପି )ରେ ସାମିଲ ହେବେ ।

ମୁମ୍ବଇ : ବିଜେପି ବିଧାୟକ ନିତେଶ ରାଣାଙ୍କ ବୟାନକୁ ନେଇ ମୁମ୍ବଇରେ ହଇଚଇ ସୃଷ୍ଟି ହୋଇଛି । ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କୁ ସାପ ସହ ତୁଳନା କରି ରାଣା କହିଛନ୍ତି ଯେ ସଂଜୟ ଠାକ୍‌ରେଙ୍କୁ ଧୋକ୍କା ଦେଇ ୧୦ ଜୁନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର୍ (ଏନସିପି )ରେ ସାମିଲ ହେବେ ।

ଶ୍ରୀ ରାଣା ସାମ୍ବାଦିକମାନଙ୍କୁ କହିଛନ୍ତି, ୧୦ ଜୁନରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହେବ । ଅଜିତ ପାଓ୍ଵାର ବିରୋଧୀ ହେଉଛନ୍ତି ସଂଜୟ ରାଉତ, ଯଦି ସେ ପାର୍ଟି ଛାଡିଦେବେ ତେବେ ସଂଜୟ ଏପସିପିରେ ସାମିଲ ହୋଇଯିବେ ।

ଉଦ୍ଧବ ଠାକରେଙ୍କୁ ଶେଷ କରିବା ପାଇଁ ଚାହୁଁଛନ୍ତି ସଂଜୟ ରାଉତ । ଭବିଷ୍ୟତରେ ସଂଜୟ ରାଉତ ଏନସିିପି ସଭାମଂଚରେ ଦେଖାଦେବେ । ମୁଁ ଉଦ୍ଧବ ଠାକରେଙ୍କୁ କହିବାକୁ ଚାହୁଁଛି, ସଂଜୟ ରାଉତ ଏକ ସାପ, ଉଦ୍ଧବ ତାଙ୍କୁ ପାାଳୁଛନ୍ତି ବୋଲି କହିଛନ୍ତି ନିତେଶ ରାଣା । ନିତେଶ ରାଣାଙ୍କ ବିବୃତି ଉପରେ ଆଦିତ୍ୟ ଠାକରେ କହିଛନ୍ତି ଭାଜପା ନେତାଙ୍କୁ ଏପରି ବୟାନ ଦେବାରେ ଟଙ୍କା ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.