କୁକୁର ଛୁଆ ହାତରେ ଧରି ଟ୍ରେଡ୍‌ମିଲ ଉପରେ ଦୌଡ଼ିଲେ ମମତା ବାନାର୍ଜୀ, କହିଲେ ଫିଟ୍‌ନେସ ଟିପ୍ସ

ମମତା ବାନାର୍ଜୀ ଏକ କୁକୁର ଛୁଆ ହାତରେ ଧରି ଟ୍ରେଡମିଲ ଉପରେ ଚାଲୁଥିବା ନଜର ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ପୋଷ୍ଟ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ରୁହନ୍ତି। ଏହା ବିଷୟରେ ସେ ନିଜେ ବାରମ୍ବାର କହିଛନ୍ତି। ଏପରି କି, ସେ ନିୟମିତ ବ୍ୟାୟାମ କରୁଥିବା କଥାକୁ ମଧ୍ୟ ଲୁଚାଇ ନାହାନ୍ତି। କିନ୍ତୁ ଏଥର ସେ ଫିଟନେସ୍ ପାଇଁ ପ୍ରକୃତରେ କ’ଣ କରୁଛନ୍ତି, ତାହା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ମମତା ବାନାର୍ଜୀ ଏକ କୁକୁର ଛୁଆ ହାତରେ ଧରି ଟ୍ରେଡମିଲ ଉପରେ ଚାଲୁଥିବା ନଜର ଆସିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମର ଏହି ଭିଡିଓ ରବିବାର ସାମ୍ନାକୁ ଆସିଛି। ମମତା ହାତରେ ଏକ କୁକୁର ଛୁଆ ଧରି ଟ୍ରେଡମିଲ ଉପରେ ଚାଲୁଛନ୍ତି। ଖାସ୍‌ କଥା ହେଉଛି, ଏହି ସମୟରେ ସେ ଶାଢି ପିନ୍ଧିଛନ୍ତି।

ଇନଷ୍ଟାଗ୍ରାମ ରିଲ୍‌ରେ ଦେଖିବାକୁ ମିଳୁଛି ଯେ କୁକୁର ଛୁଆଟି ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଚାହିଁ ରହିଛି। ମମତା ବାନାର୍ଜୀ ଶାଢି ପିନ୍ଧି ଟ୍ରେଡମିଲ ଉପରେ ଚାଲୁଛନ୍ତି। ତେବେ ଶାଢି ପିନ୍ଧି କାହାକୁ ଟ୍ରେଡମିଲ ଉପରେ ଚାଲିବାର ଦେଖିବା ସାଧାରଣ କଥା ନୁହେଁ। ତେଣୁ ଏଠି ମମତା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଭିଡିଓର କ୍ୟାପ୍‌ସନ ରହିଛି, ‘କିଛି ଦିନ ଆପଣଙ୍କୁ ଅତିରିକ୍ତ ପ୍ରେରଣା ଦରକାର’।

କହି ରଖୁଛୁ, ଅତୀତରେ ମମତା ବାନାର୍ଜୀ କହିଥିଲେ କି, ସେ ପ୍ରତିଦିନ ଲମ୍ବା ସମୟ ଧରି ଟ୍ରେଡମିଲ ଉପରେ ଚାଲନ୍ତି। ଟ୍ରେଡମିଲରେ ଚାଲିବା ସମୟରେ ବି ସେ ବିଭିନ୍ନ କାର୍ଯ୍ୟ କରିଛନ୍ତି। ୨୦୨୧ ମସିହାରେ ଏକ ସାକ୍ଷାତକାରରେ ମମତା ବାନାର୍ଜୀ କହିଥିଲେ ଯେ ସେ ଟ୍ରେଡମିଲରେ ଚାଲିବା ବେଳେ ସେହି ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତ କରିଥିଲେ। ଅନେକ ସମୟରେ ତାଙ୍କ ହାତରେ ଫିଟ୍‌ନେସ ବ୍ୟାଣ୍ଡ୍‌ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.