Below header

ମିଡ଼ିଆ ରିପୋର୍ଟିଂ ଉପରେ କୌଣସି ପ୍ରତିବନ୍ଧକ ନାହିଁ: କେନ୍ଦ୍ର ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ(କେ ନ୍ୟୁଜ): ମିଡ଼ିଆ ରିପୋର୍ଟିଂ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ନଲଗାଇବା ଉପରେ ସହମତ ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ମାଦ୍ରାସ ହାଇକୋର୍ଟ ଦ୍ୱାରା କରାଯାଇଥିବା ମୌଖିକ ଟିପ୍ପଣୀର ରିପୋର୍ଟିଂ ଉପରେ ରୋକ ଲଗାଇବା ନେଇ କରାଯାଇଥିବା ଆବେଦନ ଖାରଜ କରିବା ପରେ ଏପରି ଏକ ବୟାନ ଜାରି କରିଛନ୍ତି ଆୟୋଗ । ଆୟୋଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ମିଡ଼ିଆ ହେଉଛି ନିର୍ବାଚନ ଆୟୋଗର ଏକ ପ୍ରମୁଖ ସହଯୋଗୀ । ପୂର୍ବ ଅପେକ୍ଷା ଏଥିରେ ସେମିତି କୌଣସି ପରିବର୍ତ୍ତନ ଲକ୍ଷ କରାଯାଇ ନାହିଁ । ଏହାବାଦ ମିଡ଼ିଆ ରିପୋର୍ଟିଂ ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ନେଇ ସେ ସୁପ୍ରିମ କୋର୍ଟରେ କୌଣସି ପ୍ରକାର ଆବେଦନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛିକି ମିଡ଼ିଆକୁ ନେଇ ତାଙ୍କ ମତ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଛି । ଲୋକଙ୍କ ନିକଟରେ ସଠିକ ଖବର ପହଞ୍ଚାଇବା ପାଇଁ ଗଣତନ୍ତ୍ରର ସ୍ୱାଧୀନତା ନିହାତି ଆବଶ୍ୟକ । ଆୟୋଗର ସମସ୍ତ ସଦସ୍ୟ ବିଭିନ୍ନ ନିର୍ବାଚନରେ ମିଡ଼ିଆର ଭୂମିକାକୁ ନେଇ ଅବଗତ ଅଛନ୍ତି । ଦେଶରରେ ଲୋକତନ୍ତ୍ରକୁ ମଜବୁତ କରିବାରେ ମିଡ଼ିଆ ସବୁବେଳେ ବିଶେଷ ଭୂମିକା ନିଭେଇ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.