Below header

AP ଷ୍ଟ୍ରେନ୍‌ ନେଇ ନୂଆ ଖୁଲାସା: ବେଶି ଘାତକ ନୁହେଁ ଆନ୍ଧ୍ର ପ୍ରଦେଶ ଷ୍ଟ୍ରେନ୍‌

କେନ୍ୟୁଜ୍(ବ୍ୟୁରୋ):  AP ଷ୍ଟ୍ରେନ୍‌ ନେଇ ନୂଆ ଖୁଲାସା । ବେଶି ଘାତକ ନୁହେଁ ଆନ୍ଧ୍ର ପ୍ରଦେଶ ଷ୍ଟ୍ରେନ୍‌ । ଗବେଷଣାରୁ ଏହା ଜଣାପଡ଼ିଥିବା କହିଛନ୍ତି ଆନ୍ଧ୍ର ପ୍ରଦେଶ କୋଭିଡ କମାଣ୍ଡ ଚିଫ କେ.ଏସ. ଜବାହାର ରେଡ୍ଡୀ । ସେ କହିଛନ୍ତି, N440K ଭାରିଆଣ୍ଟ ଅତି ମାରାତ୍ମକ ନୁହେଁ ବୋଲି ଗବେଷଣାରୁ ଜଣାପଡ଼ିଛି । ସେହିପରି ଦାୟିତ୍ୱବୋଧ ସହ ଖବର ପ୍ରସାରଣ ପାଇଁ ସେ ଅନୁରୋଧ କରିଛନ୍ତି । ଗତବର୍ଷ ଡିସେମ୍ବର ପରେ AP ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିଲା । ତେବେ ମାର୍ଚ୍ଚ ସୁଦ୍ଧା ଏହାର ସଂକ୍ରମଣ ଉଲ୍ଲେଖନୀୟ ଭାବେ କମିଥିଲା ।

ପୂର୍ବରୁ ସକ୍ରିୟ ଥିବା B1.617 ଏବଂ B1.618 ଭାରିଆଣ୍ଟ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକରେ ମାଡ଼ିଚାଲିଛି । ଏହା ବିପଦଜନକ ବୋଲି ଆନ୍ଧ୍ରର କୋଭିଡ କମାଣ୍ଡ ଚିଫ ସ୍ପଷ୍ଟ କରିଛନ୍ତି । ପୂର୍ବ ଭାରିଆଣ୍ଟ ଠାରୁ ଆନ୍ଧ୍ର ପ୍ରଦେଶରେ ଚିହ୍ନଟ N440K ଭାରିଆଣ୍ଟ ୧୫ଗୁଣ ଅଧିକ ପ୍ରାଣଘାତକ ବୋଲି କୁହାଯାଉଥିଲା । ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ର ଜଣେ ସଂକ୍ରମିିତଙ୍କ ଠାରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା। କରୋନା ବିଶେଷଜ୍ଞ ଏହାକୁ AP ଷ୍ଟ୍ରେନର N440K ଭାରିଆଣ୍ଟ ଭାବେ ଚିହ୍ନଟ କରିଥିଲେ । ହାଇଦ୍ରାବାଦର ସେଣ୍ଟର ଫର ସେଲୁଲାର ଆଣ୍ଡ ମଲେକୁଲାର ବାଇଓଲୋଜି ଗବେଷଣାଗାରରେ ଏହାକୁ ପରୀକ୍ଷା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.