କେବଳ ଘାସ ଖାଇ କାଟିଦେଲେ ଛ ମାସ ! ଡରେଇ ପାରିଲାନି ବାଘ, ଭାଲୁଙ୍କ ଭୟ

ବଣ ଜଙ୍ଗଲ ପରି ପ୍ରାକୃତିକ ସ୍ଥାନରେ କିଛି ସମୟ ପାଇଁ ବୁଲାବୁଲି କରିବାକୁ ଭଲ ଲାଗେ | କିନ୍ତୁ ଘଂଚ ଜଙ୍ଗଲ ଭିତରେ ଯଦି ଜଣେ ହଜିଯାଏ | ତେବେ ବଣ ଜଙ୍ଗଲର ଭୟାବହତା ବାବଦରେ ଅନୁମାନ କରିହେବ | ଆଉ ଯଦି କେବେ କେହି ଘଞ୍ଚ, ଘନ ଅନ୍ଧକାର ଜଙ୍ଗଲ ଭିତରେ ହଜିଯାନ୍ତି ତେବେ ତାଙ୍କର ମାନସିକ ତଥା ଶାରୀରିକ ସଥିତିକୁ ସହଜରେ ଅନୁମାନ କରିହେବ ନିଶ୍ଚିନ୍ତ | ଭୟରେ ତ କେହି କେହି ବି ଜୀବନ ହାରି ଦେଇପାରନ୍ତି | କିନ୍ତୁ କିଛି ଜଣ ଏମିତି ଏକ ଚ୍ୟାଲେଞ୍ଜକୁ ବି ଗ୍ରହଣ କରି ନେଇପାରନ୍ତି | ଆମେରିକାରେ ହିଁ ନିକଟରେ ଏମିତି ଏକ ଘଟଣା ଘଟିଛି | ଆମେରିକାର ଉଟା ସହର ସ୍ଥିତ ଏକ ଘାଟିରେ ଜଣେ ମହିଳା ଗାୟବ ହୋଇଯାଇଥିଲେ | ଜାଣି ଆଶ୍ଚର୍ଯ୍ୟ ହେବେ ମହିଳା ଜଣଙ୍କ ଆଜି କି କାଲି ନୁହେଁ ଦୀର୍ଘ 6 ମାସ ତଳେ ଅର୍ଥାତ ନଭେମ୍ବର ୨୫ ତାରିଖରେ ହିଁ କୁଆଡେ ହଜିଯାଇଥିଲେ |

ଯେତେ ଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା | ତେଣୁ ପରିବାର ଲୋକ ତଥା ଜ୍ଞାତି ପରିଜନ ମହିଳା ଜଣଙ୍କୁ ମୃତ ବୋଲି ଧରିନେଇଥିଲେ | ପୁଣି ଜଣାଯାଇଛିଯେ ଏହି ଘାଟିଟି ଦିନ ସମୟରେ ଖୁବ ଗରମ ରହୁଥିବା ବେଳେ ରାତିରେ ଖୁବ ଥଣ୍ଡା ରହିଥାଏ | ଖୋଜାଖୋଜି ସମୟରେ ପୋଲିସକୁ କେବଳ ମାତ୍ର ମହିଳାଙ୍କ ଗାଡିହିଁ ମିଳିଥିଲା | ପ୍ରଥମେ ଜଣାପଡିଥିଲା କି ମହିଳା ଜଣଙ୍କ ଡାଇମଣ୍ଡ ଫାର୍କ କେଣୟନରେ ହିଁ ହଜି ଯାଇଥିଲେ | ପ୍ରଶାସନ ଧରି ନେଇଥିଲେକି ମହିଳା ଜଣଙ୍କ ନିଜ ଇଚ୍ଛା ଅନୁସାରେ ଏଠିକି ଆସିଛନ୍ତି ବୋଲି ପ୍ରକୃତରେ କିନ୍ତୁ ଏମିତି ହୋଇନଥିଲା |

ଶେଷରେ ଗତ ରବିବାର ଦିନ ହିଁ ମହିଳା ଜଣଙ୍କ ସନ୍ଧାନ ମିଳିଥିଲା | ଏତେ ଦିନ ଧରି ଏପରି ଏକ ଘଂଚ ଜଙ୍ଗଲରେ କେମିତି ସେ ଦିନ କାଟିଥିଲେ ଏକଥା ସମସ୍ତଙ୍କୁ ଚକିତ କରିଛି | କେବଳ ଘାସ ଖାଇ ହିଁ ସେ ସେଠି ଦିନ କାଟିଥିଲେ | ଆଉ ନିଜ ହାତରେ ଏକ ଟେଣ୍ଟ ତିଆରି କରି ରହି ଆସୁଥିଲେ | ଆଉ ଏହି କାରଣରୁ ସେ ଖୁବ ଅସୁସ୍ଥ ହୋଇପଡିବା ସହ ତାଙ୍କ ଓଜନ ବି ଖୁବ କମିଯାଇଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.