Below header

ପୁରୀ: କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ୧୧ରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ(କେନ୍ୟୁଜ୍):  କୋଭିଡ କଟକଣାରେ ହେବ ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ହେବ ଚନ୍ଦନଯାତ୍ରା । ୧୧ରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ । ଗତବର୍ଷ କରୋନା ମହାମାରୀ ଯୋଗୁ ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ କୋଭିଡ୍‌ ପରିଚାଳନା ମଧ୍ୟ ଆଲୋଚନା କରାଯାଇଛି । ସେବାୟତଙ୍କ ଟିକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ । ଆବଶ୍ୟକ ପଡ଼ିଲେ ଆଉ ଏକ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଭିଡ୍‌ ପରିଚାଳନା ନେଇ ଗଠିତ ସାତଜଣିଆ ଟିମ୍‌  ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.