ଆମେରିକା ଉପରାଷ୍ଟ୍ରପତି କମଲା ହରିସ ଶୁକ୍ରବାର ପ୍ରବାସୀ ଭାରତୀୟଙ୍କୁ କରିବେ ସମ୍ବୋଧନ

ଆମେରିକା ଉପରାଷ୍ଟ୍ରପତି କମଲା ହରିସ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି । ଏଥିରେ ସେ ଭାରତୀୟଙ୍କୁ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସଚେତନ ବାର୍ତ୍ତା ପ୍ରଦାନ କରିବେ । ମିତ୍ର ଦେଶ ଭାରତରେ ମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ହିଁ ଏହାକୁ ନେଇ ଏକ ଅପିଲ ଦାୟର କରିବେ । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ।

ବିଦେଶ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି ଯେ କମଲା ହରିସ ଆସନ୍ତା କାଲି ଶୁକ୍ରବାର ଡିଜିଟାଲ କାର୍ଯ୍ୟକ୍ରମ ଜରିଆରେ ଭାରତରେ ଆମେରିକାର କୋଭିଡ ରୋକିବାର ପ୍ରୟାସ ଏହାସହ ପ୍ରବାସୀ ଭାରତୀୟଙ୍କ ଏନେଇ ଥିବା ଦୃଷ୍ଟିକୋଣ ଉପରେ ସମ୍ବୋଧିତ କରିବେ । ଏନେଇ ବିଦେଶ ମନ୍ତ୍ରଳାୟର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟୁରୋ ବୁଧବାର ସୂଚନା ଦେଇଛନ୍ତି ।

6
pc: Tubemix

ଲୋକଙ୍କ ଜୀବନକୁ ବଞ୍ଚାଇବା ସହ ମହାମାରୀକୁ ହରେଇବା ପାଇଁ ଯେଉଁସବୁ କୌଶଳ ଅବଲମ୍ବନ କରାଯାଉଛି ଓ ତା ସହ ଭାରତ ପ୍ରତି ସହଯୋଗ ମନୋଭାବକୁ ନେଇ କମଲା ହରିସ ଆସନ୍ତା କାଲି ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.