Below header

କରୋନାରେ ଆଖି ବୁଜିଲେ ବଲିଉଡ ଜଗତର ଆଉ ଜଣେ ଅଭିନେତ୍ରୀ

ହିନ୍ଦୀ ଫିଲ୍ମ ଅଭିନେତ୍ରୀ ଅଭିଳାଷା ପାଟିଲ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୪୭ ବର୍ଷ ବୟସ ହୋଇଥିବା ଜଣାଯାଇଛି । କୌଣସି ଏକ କାମରେ ବାରଣାସୀରେ ଯାଇଥିଲେ ପରେ ମୁମ୍ବାଇ ଫେରିବା ପରେ ତାଙ୍କ ଠାରେ କିଛି କିଛି କରୋନା ଲକ୍ଷଣ ଦେଖା ଦେଇଥିଲା । ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କିଛି ଦିନ ଘରେ ରହି ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ପରେ ଘର ଲୋକେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ ।

ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହେବାରେ ଲାଗିଲା । ଡାକ୍ତରଖାନାରେ କିଛି ଦିନ ରହିବା ପରେ ଶେଷରେ ସେ ଆଖି ବୁଝିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ମା’ ଓ ପୁଅ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ ପ୍ରାୟ ସମସ୍ତ ମହଲରେ ଦୁଃଖର ଛାୟା ଖେଳିଯାଇଛି ।

ଅଭିଳାଷା ମରାଠୀ ଫିଲ୍ମ ଓ ଟେଲି ଜଗତରେ ଏକ ଜଣାଶୁଣା ଚେହେରା ଥିଲେ । ‘ତେ ଅଠ୍ ଦିବସ’, ‘ବାୟକୋ ଦେତା କା ବାୟକୋ’, ‘ପରବାସ’ଓ ‘ତୁଝେ ମାନ୍‌ଝା ଅରେଞ୍ଜ ମ୍ୟାରେଜ୍‌’ ଭଳି ଅନେକ ମରାଠୀ ଫିଲ୍ମରେ କାମ କରିଛନ୍ତି । ଏହାବ୍ୟତୀତ ଅଭିଳାଷା ‘ବଦ୍ରିନାଥ କି ଦୁଲହନିୟା’, ‘ଗୁଡ୍ ନ୍ୟୁଜ୍‌’, ‘ମଲାଲ୍‌’ ଓ ‘ଛିଛୋରେ’ ଭଳି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ଏସବୁ ବ୍ୟତୀତ ହଟଷ୍ଟାରର ୱେବ ସିରିଜ୍ ଶୋ ‘କ୍ରିମିନାଲ୍ ଜଷ୍ଟିସ’ର ଦ୍ୱିତୀୟ ସିଜନରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.