Below header

ଜେଲ ହାଜତରେ ଭଣ୍ଡ ଜଲେବି ବାବା, ୧୦୦ ମହିଳା ଓ ଯୁବତୀଙ୍କୁ କରିଥିଲା ଦୁଷ୍କର୍ମ, ବନେଇଥିଲା ୧୨୦ ଭିଡିଓ

କେନ୍ୟୁଜ୍‌(ବ୍ୟୁରୋ): ଆଉଏକ ଭଣ୍ଡ ବାବା ଏବେ ଜେଲ ହାଜତରେ । ହରିଆଣାର ଚର୍ଚ୍ଚିତ ଜଲେବି ବାବା ଓରଫ ଅମରପୁରୀ ନାଗାଙ୍କୁ ଜେଲର ସଜା ଶୁଣାଇଛନ୍ତି କୋର୍ଟ । ଫତେହାବାଦ ଫାଷ୍ଟଟ୍ରାକ କୋର୍ଟ ବାବାଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି । ଏହାସହ ୩୫ ହଜାର ଟଙ୍କାର ତଣ୍ଡ ଗଣିବେ ବାବା ଅମରପୁରୀ । ମହିଳା ଓ ସୁନ୍ଦରୀ ଯୁବତୀଙ୍କ ସହ ଘଟାଉଥିଲା ଜଘନ୍ୟ କାଣ୍ଡ । ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କ ସହ କରିଥିଲା ଦୁଷ୍କର୍ମ । ଆଇପିସିର ଧାରା ୩୭୬(ଗ), ପୋକସୋ ଆଇନ ଓ ଆଇଟି ଆଇନର ଧାରା ୬୭ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ୨୦୧୮ରେ ହରିଆଣା ଟୋହନାରୁ ଗିରଫ କରିଥିଲା ପୋଲିସ । ୫ ଜାନୁଆରୀ ୨୦୨୩ରେ ଅମରପୁରୀକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଏହାପରେ ୧୦ ଜାନୁଆରୀରେ ସଜା ଶୁଣାଇଥିଲେ ଫତେହାବାଦ ଫାଷ୍ଟଟ୍ରାକ କୋର୍ଟ । ସଜାପରେ କୋର୍ଟରେ ଖୁବ୍‌ କାନ୍ଦିଥିଲା ଜେଲେବି ବାବା ।

ଅମରପୁରୀ ନାଗା ସାଧୁ ଓରଫ ବିଲ୍ଲ । ଜଲେବି ବାବା ନାରେ ହାଇଲାଇଟ । ବୟସ ପ୍ରାୟ ୬୧ । ମିଠା ଦୋକାନୀରୁ ଜଲେବି ବାବା । ହରିଆଣା ଟୋହନାର ଶ୍ରୀ ବାବା ବାଳକନାଥ ମନ୍ଦିରରେ ଗଢିଥିଲା କଳା ସାମ୍ରାଜ୍ୟ । ଆଶ୍ରମରେ ଚଳାଇଥିଲା ସେକ୍ସ ର‍୍ୟାକେଟ । ଧର୍ମର ଚାଦର ଭିତରେ କରୁଥିଲା ଏପରି ଜଘନ୍ୟ ଅପରାଧ । ଏପରି ଅପରାଧ ଯାହାର ହୁଏତ କ୍ଷମା ନାହିଁ । ନୀରିହ ମହିଳା ଓ ଯୁବତୀଙ୍କୁ ଫସାଉଥିଲା ନିଜ ମାୟା ଜାଲରେ । ପ୍ରଥମେ ସେକ୍ସ ତାପରେ ବ୍ଲାକ ମେଲ । ଯିଏ ଥରେ ଫସିଲା ତାର ମୁକିଲିବା ହୁଏତ ପୁରା ମୁସ୍କିଲ ଥିଲା । ବାରମ୍ବାର ତା ଜାଳରେ ଫସୁଥିଲେ ଯୁବତୀ । ଫସି ଚାଲିଥିଲେ ହେଲେ ବାବାର ବିରୋଧରେ ମୁହଁ ଖୋଲିବାର ସାହାସ କରୁନଥିଲେ ।

ଆଶ୍ରମ ଭିତରେ ରହିଥିଲା ଜଲେବି ବାବାଙ୍କ ସିକ୍ରେଟ ରୁମ୍‌ । ଆଶ୍ରମକୁ ଆସୁଥିବା ସୁନ୍ଦରୀ ଯୁବତୀଙ୍କ ପ୍ରସାଦରେ ନିଶାଦେଇ ନିଜ ଜାଲରେ ଫସାଉଥିଲା । ଏହାପରେ ନେଇ ଯାଉଥିଲା ଏହି ସିକ୍ରେଟ ରୁମ୍‌କୁ । ସିକ୍ରେଟ ରୁମ୍‌ ଭିତରେ ଯୁବତୀ ଓ ମହିଳାଙ୍କ ସହ ଦୁଷ୍କର୍ମ କରୁଥିଲା । ଏହାର ପୁରା ଭିଡଓ ରେକର୍ଡିଂ କରୁଥିଲା ଭଦ୍ରମୁଖା ପିନ୍ଧା ବାବା ବିଲ୍ଲ । ଭିଡିଓ ଭାଇରାଲ କରିବାର ଭୟ ଦେଖାଇ ବାରମ୍ବାର ତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଚାଲିଥିଲା । ହେଲେ କେହି କିନ୍ତୁ ମୁହଁ ଖୋଲୁ ନଥିଲେ । ପ୍ରତ୍ୟେକଥର ନୂଆ ନୂଆ ଯୁବତୀଙ୍କୁ ନିଜ ଜାଲରେ ଫସାଉଥିଲା ଅମରପୁରୀ । ହେଲ କେହି କିନ୍ତୁ ଏହାର ଟେର ପାଇପାରୁ ନଥିଲେ ।

ଏତିକିରେ ସରି ନଥିଲା ଏହାର କଳା କାରନାମା । ଟୋହନାର ଏହି ଜଲେବି ବାବା ମହିଳାଙ୍କ ସହ ଘଟାଉଥିଲା ଜଘନ୍ୟ କାଣ୍ଡ । ଚା ରେ ନିଶା ଔଷଧ ମିଶାଇ ପିଇବାକୁ ଦେଉଥିଲା । ପ୍ରସାଦ କହିକି ମହିଳାଙ୍କୁ ଅଫିମ ଖାଇବାକୁ ଦେଉଥିଲା । ନିଶାଦେଇ ମହିଳାଙ୍କ ସହ ଦୁଷ୍କର୍ମ କରୁଥିଲା । କେବଳ ଯେ ଦୁଷ୍କର୍ମ କରୁଥିଲା ତାହାନୁହେଁ ଏହାର ଭିଡିଓ ସବୁ ରେକର୍ଡ କରୁଥିଲା । ପରେ ଏହି ଭିଡିଓକୁ ବ୍ୟବହାର କରି ମହିଳାଙ୍କୁ କରୁଥିଲା ବ୍ଲାକମେଲ ।

ହେଲେ ବେଶିଦିନ ଲୁଚି ନଥିଲା ଜଲେବି ବାବାର ଏହି କଳା ସାମ୍ରାଜ୍ୟ । ୧୩ ଅକ୍ଟୋବର ୨୦୧୭ରେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଟୋହନା ଟାଉନ ଥାନାରେ ବାବାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଥିଲା । ମାମଲାକୁ ଆଧାର କରି ବାବାଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ମହିଳାଙ୍କ ଉପରେ ଚାପ ପକାଇ ଖୁବଶୀଘ୍ର ଜେଲରୁ ମୁକୁଳି ଆସିଥିଲା ଅମରପୁରୀ ।

ଏହାପରେ ବାବାଙ୍କ ବିରୁଦ୍ଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲା ପୋଲିସ । ୨୦୧୮ରେ ପୁଣି ବାବାଙ୍କ ବିରୋଧରେ ଅଭିଯୋଗ ଆସିଲା । ଅଭିଯୋଗ ଆଧାରରେ ବାବାଙ୍କ ଆଶ୍ରମରେ ଚଢାଉ କରିଥିଲା ପୋଲିସ । ଚଢାଉରେ ପୋଲିସକୁ ବାବାଙ୍କ ଆଶ୍ରମରୁ ଅନେକ ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ଯାହା ବାବାଙ୍କୁ ଗିରଫ କରିବା ଓ ତାକୁ ତା ଜାଲରେ ଫସାଇବା ପାଇଁ ଯଥେଷ୍ଠ ଥିଲା । ଆଶ୍ରମ ଭିତରେ ଅଶ୍ଳିଳ ସିନେମା ତିଆରି କରୁଥିବା ପ୍ରମାଣ ଲାଗିଥିଲା ପୋଲିସ ହାତରେ । ୧୦୦ରୁ ଅଧିକ ଝିଅଙ୍କ ସହ ଦୁଷ୍କର୍ମ କରିଥିବାର ହୋଇଥିଲା ଅଭିଯୋଗ । ଏପରି ୧୨୦ଟି ଭିଡିଓ ପୋଲିସ ହାତରେ ଲାଗିଥିଲା । ଯାହାର ଖେଳ ଏବେ ଖତମ ହୋଇଯାଇଛି । ଜେଲରେ ଚକି ପେଶିବାକୁ ପଡ଼ିବ ଜଲେବି ବାବାଙ୍କୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.