ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ: ଧାରଣା ଦେଇଛନ୍ତି ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ

କଟକ(କେନ୍ୟୁଜ୍):ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ । ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ-OTET ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗରେ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ ଧାରଣା ଦେଇଛନ୍ତି । ଗ୍ରେସ ମାର୍କ ପ୍ରଦାନ ପାଇଁ ଦାବି କିମ୍ବା ପାସ ମାର୍କ କମାଇବା ପାଇଁ ଦାବି ରଖିଛନ୍ତି ।

ପରୀକ୍ଷାରେ ଭୁଲ୍‌ ପ୍ରଶ୍ନ ପଡିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟ ମିଳିପାରିନାହିଁ। ୩୨ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ସ୍ପେଶାଲ ଓଟିଇଟି ଦେଇଥିବାବେଳେ ୧୨ ହଜାରରୁ ଅଧିକ କୃତକାର୍ଯ୍ୟ ହୋଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.