Below header

ପୁଅର ଜନ୍ମ ଦିନରେ ପିତାଙ୍କ ବନ୍ଧୁକରୁ ବର୍ଷିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଅତିଥି,ପୁଅର ଦୁଇ ସାଙ୍ଗ ଆହତ

ଗ୍ଵାଲିଅର : ଜଣେ ପିତା ପୁଅର ଜନ୍ମ ଦିନରେ ନିଜର ଖାନଦାନୀ ଦେଖାଇବାକୁ ଯାଇ ବନ୍ଧୁକରୁ ବର୍ଷଣ କରିଦେଲେ ଗୁଳି । ଅଚାନକ ଗୁଳି ବର୍ଷଣ ଦେଖି ଜନ୍ମ ଦିନରେ ରୁଣ୍ଡ ହୋଇଥିବା ଅତିଥି ଓ ପିଲାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଗୁଳିର କିଛି ଅଂଶ ପୁଅର ଜନ୍ମ ଦିନରେ ଯୋଗ ଦେବାକୁ ଆସିଥିବା ଦୁଇ ସାଙ୍ଗଙ୍କ ଦେହରେ ବାଜିଥିଲା । ଫଳରେ ଉଭୟଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କିରବାକୁ ପଡିଥିଲା । ଏହି ଘଟଣା ଘଟିଛି ମାଧବଗଞ୍ଜ ଅଞ୍ଚଳରେ ।

ସୂଚନାନୁଯାୟୀ ଶ୍ୟାମ ସୋନିଙ୍କ ଝିଅ ସୋନୀର ଜନ୍ମ ଦିନ ପାଳନ ଚାଲିଥିଲା । ଏହି ଅବସରରେ ଘରର ଏକ ରୁମରେ ୧୦ ପିଲାଙ୍କ ସହ ୨୦ ରୁ ଅଧିକ ଅତିଥି ଯୋଗ ଦେଇଥିଲେ । ଏହି ସମୟରେ ଅଚାନକ ଝିଅର ପିତା ରୁମକୁ ପଶି ଆସିଲେ ଓ ଛାତକୁ ଫାୟରିଂ କରିବାକୁ ଲାଗିଲେ । ହଠାତ୍‌ ଗୁଳି ଫୁଟିବା ଶବ୍ଦରେ ସେଠାରେ ଉପସ୍ଥିତ ଥିବା ଲୋକେ ଡରିଯାଇ ଏଣେତେଣେ ଦୌଡିବାକୁ ଲାଗିଥିଲେ । ହେଲେ ପରେ ଅସଲ ଘଟଣା ଜଣା ପଡ଼ିଥିଲା ।

birthday
photo credit : momjunction

ଏହି ଫାୟରିଂ ଯୋଗୁ ଗୁଳିର କେତେକ ଅଂଶ ଛାତରୁ ଛିଟିକି ଆସି ସୋନୀର ଦୁଇ ସାଙ୍ଗ ଯୁବରାଜ ଓ ମୋକ୍ଷଙ୍କ ଦେହରେ ବାଜିଥିଲା । ଫଳରେ ଦୁହିଁଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ଶ୍ୟାମଙ୍କୁ ବନ୍ଧୁକ ସହ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଶ୍ୟାମଙ୍କୁ ଖୁବ୍‌ ଶୁଣାଇ ତାଗିଦ କରି ଛାଡ଼ିଥିଲା ।

ପ୍ରକାଶଯୋଗ୍ୟ ଯେ ଗ୍ଵାଲିଅର ଅଞ୍ଚଳରେ ଏହି କଥା ପ୍ରଥମ ଥର ପାଇଁ ହୋଇନାହିଁ । ଏପରି ଅନେକ ଦୃଷ୍ଟାନ୍ତ ପୂର୍ବରୁ ଦେଖିବାକୁ ମିଳିଛି । ଲୋକେ ଏଠରେ ସବୁ ଖୁସୀର ମାହୋଲରେ ଫାୟରିଂ କରିବା ସାଧାରଣ କଥା । ଖୁସୀର କାର୍ଯ୍ୟକ୍ରମରେ ଫାୟରିଂକୁ ଲୋକେ ଏଠାରେ ଖାନଦାନୀ ବା ସମ୍ମାନସ୍ପଦ ବ୍ୟକ୍ତି ଭାବେ ମାନିଥାନ୍ତି । ହେଲେ ଲୋକଙ୍କ ଏହି ଖୁସୀ ବେଳେ ବେଳେ ଅନ୍ୟ ଲୋକଙ୍କ ପରିବାର ଉଜାଡି ଦେଇଛି । ତେଣୁ ଏହି ପ୍ରକାର କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ ସର୍ବଦା ବାରଣ କରାଯାଇଛି । ତଥାପି ଲୋକେ ଏଥିରୁ ବନ୍ଦ ହେଉନଥିବାଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.