ଭାଲୁ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ଗୁରୁତର, ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡା(କେନ୍ୟୁଜ୍):  ଭାଲୁ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ଗୁରୁତର ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି । ନୂଆପଡା ବ୍ଲକ ଧରମବନ୍ଧା ଥାନା କୋଦୋପାଳି ଗାଁର କେନ୍ଦୁ ପତ୍ର ତୋଳାଳୀ ଯୁଗଳ ଶବରଙ୍କୁ ଭାଲୁ ଆକ୍ରମଣ କରିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପ୍ରକାରେ ଆଜି ସକାଳେ ଯୁଗଳ ଶବର ଅନ୍ୟ କେନ୍ଦୁପତ୍ର ତୋଳାଳୀଙ୍କ ସହ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ।

ହଠାତ୍ ତିନୋଟି ଭାଲୁ ଆସି ଯିବାରୁ ଯୁଗଳ  ନିଜ ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଗଛ ଉପରକୁ ଚଢି ଯାଇଥଲେ । ଭାଲୁ ମଧ୍ୟ ଗଛ ଉପରେ ଚଢି ଯୁଗଳଙ୍କୁ ଆକ୍ରମଣ କରିଥିଲା। ଭାଲୁ ଭୟରେ ଅନ୍ୟମାନେ ଦଉଡି ପଳାଇଥିଲେ । ଭାଲୁ ଚାଲିଯିବା ପରେ ଯୁଗଲଙ୍କୁ ଗାଁ ଲୋକମାନେ  ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଯୁଗଳ ଓ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହଯୋଗ ଦିଆଯାଉ ବୋଲି ଗାଁ ଲୋକେ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.