Below header

ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଯାଚିବା ପଡିଲା ମହଙ୍ଗା, ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ ଆରୋରା

ଲାଞ୍ଚ ନେଇ ଧରାପଡିଲେ ପଞ୍ଜାବର ପୂର୍ବତନ ମନ୍ତ୍ରୀ। ପଞ୍ଜାବର ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ ଅରୋରା ଗିରଫ କରିଛି ପଞ୍ଜାବ ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଯାଚିବା ଅଭିଯୋରେ ତାଙ୍କୁ ଗିରଫ କରାଯାଇଛି। ଶନିବାର ବିଳମ୍ଵିତ ରାତିରେ ତାଙ୍କୁ ଜୀରକପୁରରୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସୁନ୍ଦରଙ୍କ ପିଏ ସମେତ ବହୁ ଲୋକ ଏବେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି।

ସୂଚନାନୁଯାୟୀ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ସମ୍ପର୍କିତ ୩ ମାମଲାରେ ଭିଜିଲାନ୍ସ ଯାଞ୍ଚ୍ କରୁଥିଲା। ଗିରଫ ହେବା ଭୟରେ ସୁନ୍ଦର ଶାମ ଭିଜିଲାନ୍ସ ଏଆଇଜି ମନମୋହନ ସିଂହଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଯାଚୁଥିଲେ। ଏନେଇ ମନମୋହନ ସିଂହ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଟ୍ରାପ୍ କରି ସୁନ୍ଦର ଶାମଙ୍କୁ ଜୀରକପୁରକୁ ଡକାଯାଇଥିଲା। ସେ ସେଠାରେ ୫୦ ହଜାର ଟଙ୍କା ଲାଞ୍ଚ ଧରି ପହଞ୍ଚିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

ପଞ୍ଜାବର ଭିଜିଲାନ୍ସ ମୁଖ୍ୟ ବି କୁମାର କହିଛନ୍ତି, ଭିଜିଲାନ୍ସ ଟିମ୍‌ ସୁନ୍ଦର ଶାମଙ୍କୁ ଲାଞ୍ଚ ଦେବା ବେଳେ ଗିରଫ କରିଛି। ଭିଜିଲାନ୍ସ ଟିମର ଆଜି ତାଙ୍କୁ କୋର୍ଟରେ ହାଜର କରିବେ ଏବଂ ପଚରାଉଚରା ପାଇଁ ରିମାଣ୍ଡ ଦାବି କରିବେ। ପୂର୍ବରୁ ପଞ୍ଜାବ ଭିଜିଲାନ୍ସ ଟିମ୍‌ ସୁନ୍ଦର ଶାମଙ୍କୁ ନୋଟିସ ଦେଇଥିଲା। ନୋଟିସ ଦେବା ସେ ଭିଜିଲାନ୍ସ ଅଫିସକୁ ଆସିଥିଲେ । ସେଠାରେ ତାଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା ଭିଜିଲାନ୍ସ ଟିମ୍‌।

Also Read : ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଯାଚିବା ପଡିଲା ମହଙ୍ଗା, ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ ଆରୋରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.