IAS ଅଧିକାରୀ ପୋଷ୍ଟ କଲେ ମିଲିୟନ୍ ଡଲାର ଲାଇଫ ଲେସନ୍ ପୋଷ୍ଟ, କହିଲେ ସମସ୍ତଙ୍କୁ ଜାଣିବା ଉଚିତ୍

ଯଦି ଆପଣ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ, ତେବେ ଆପଣ ଟ୍ୱିଟରରେ ଆଇଏଏସ୍ ଅଧିକାରୀ ଅୱାନିଶ ଶରଣଙ୍କ ଦ୍ଵାରା ସେୟାର ହୋଇଥିବା ପୋଷ୍ଟ ଦେଖିଥିବେ। ସେ ମାଇକ୍ରୋବ୍ଲଗିଂ ସାଇଟରେ ବହୁତ ସକ୍ରିୟ ଏବଂ କୌଣସି ସମୟରେ ଭାଇରାଲ ହେଉଥିବା ଜିନିଷ ସେୟାର କରନ୍ତି।

ଅକ୍ଟୋବର ୧୪ ରେ, ସେ ଏକ ପୋଷ୍ଟ କରିଥିଲେ ଏବଂ ଏହା ଆପଣଙ୍କୁ ଉତ୍ସାହିତ କରିପାରେ। ଅୱାନିଶ ଶରଣ ଟ୍ୱିଟରରେ ଏକ ଲାଇଫ ଲେଶନ ପୋଷ୍ଟ ସେୟାର କରିଛନ୍ତି। ସେ ଏହି ପୋଷ୍ଟରେ ‘My plan ” ଏବଂ “God’s Plan ବିଷୟରେ ଏକ ଚିତ୍ର ଅଙ୍କା ଥିବା ପୋଷ୍ଟ ସେୟାର କରିଛନ୍ତି।

 

ସେ ଏହି ପୋଷ୍ଟ ମାଧ୍ୟମରେ ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ଈଶ୍ବରଙ୍କ ପ୍ଲାନ୍ ମଣିଷ ଜୀବନ ପାଇଁ ଠିକ୍ ବୋଲି ସେ କହିଛନ୍ତି। ତେବେ ଏହି ପୋଷ୍ଟଟି ଖୁବ୍ ଶୀଘ୍ର ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଥିଲା, ଯାହା ପରେ ଏହି ପୋଷ୍ଟକୁ ସେମାନେ ପୁଣି ଥରେ ସେୟାର କରିଛନ୍ତି।

ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ବହୁତ ସତ କଥା। ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଭଗବାନ୍ ଆମକୁ ଅପେକ୍ଷା କରନ୍ତି କିନ୍ତୁ ଭଲ ଜିନିଷ ଦିଅନ୍ତି ତେଣୁ ତାଙ୍କ ଉପରେ ବିଶ୍ଵାସ କରିବା ଦରକାର୍। ଯେଉଁ କାମ କରିବା ପାଇଁ ଇଛା ରଖୁଛନ୍ତି ତାହାକୁ ଭଲ ଉଦ୍ଧେଶ୍ୟ ସହିତ କରିବା ଉଚିତ ବୋଲି ଆଇଏଏସ୍ ଅଧିକାରୀ ଅୱାନିଶ ଶରଣ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.