Below header

ଜୀବନର ଶେଷ ସମୟରେ ଏହି ୪ଟି ସାମଗ୍ରୀ ପାଖରେ ଥିଲେ ବିନା ଶ୍ରାଦ୍ଧରେ ବି ମିଳିପାରେ ସ୍ୱର୍ଗ

ଶ୍ରାଦ୍ଧପକ୍ଷରେ ପିଣ୍ଡଦାନ କଲେ ପିତରଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତେବେ ଗରୁଡ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତିର ମରଣ ସମୟରେ ତା ନିକଟରେ ୪ଟିରୁ ଯେ କୌଣସି ଗୋଟିଏ ବି ଥିଲେ ବିନା ପିଣ୍ଡଦାନରେ ବି ଆତ୍ମାର ସ୍ୱର୍ଗପ୍ରାପ୍ତି ହୁଏ। ତେବେ ଆସନ୍ତୁ ଜାଣିବା ୪ଟି ଜିନିଷ କ’ଣ ?

ତୁଳସୀ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଥିବା ତୁଳସୀ ତୀର୍ଥ ରୂପି। ଯଦି ମୃତକଙ୍କୁ ତୁଳସୀ ଗଛ ମୂଳରେ ଶୁଆଇ ଦିଆଯାଏ ମୁହଁ ଓ ମଥାରେ ତୁଳସୀ ପତ୍ର ଓ ମଞ୍ଜରୀ ରଖି ଦିଆଯାଏ ତେବେ ବ୍ୟକ୍ତିର ପରଲୋକ ସୁଧାର ହୋଇଯାଇଥାଏ।

ଗଙ୍ଗାଜଳ

ଗରୁଡ ପୁରାଣ ଅନୁସାରେ ବ୍ୟକ୍ତିର ମୃତ୍ୟୁ ସମୟ ନିକଟ ହୋଇଗଲେ ମୁହଁରେ ଟିକିଏ ଗଙ୍ଗାଜଳ ଦେବା ଦରକାର। ଭଗବାନ ବିଷ୍ଣୁଙ୍କ ଚରଣ କମଳରୁ ବାହାରିଥିବା ଗଙ୍ଗା ପାପର ବିନାଶ କରନ୍ତି। ଫଳରେ ବ୍ୟକ୍ତିକୁ ବୈକୁଣ୍ଠ ପ୍ରାପ୍ତ କରିବାରେ କୌଣସି ଅସୁବିଧା ହୋଇ ନଥାଏ। ଏଣୁ ମୃତବ୍ୟକ୍ତିଙ୍କ ଅସ୍ତି ଗଙ୍ଗାରେ ବିସର୍ଜିତ କରାଯାଏ। କୁହାଯାଏ ଯେଉଁ ପର୍ଯ୍ୟନ୍ତ ଅସ୍ତି ଗଙ୍ଗାରେ ଥାଏ ପରଲୋକଗତ ଆତ୍ମା ସ୍ୱର୍ଗସୁଖ ପ୍ରାପ୍ତ କରିଥାଏ।

କୁଶ

ସନାତନ ଧର୍ମରେ କୁଶକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। କୁଶ ଏକପ୍ରକାରର ଘାଷ। କୁଶ ବିନା ଈଶ୍ୱରଙ୍କ ପୂଜା ପୂର୍ଣ୍ଣ ହୋଇପାରେନା। ଶାସ୍ତ୍ର ଅନୁସାରେ କୁଶ ଭଗବାନ ବିଷ୍ଣୁଙ୍କ ରୋମରୁ ଜାତ। ଏଣୁ ଆସନ୍ନ ମୃତ୍ୟୁ ଆଶଙ୍କାରେ ପ୍ରାଣୀକୁ କୁଶ ଶଯ୍ୟାରେ ଶୁଆଇ ଦେବାକୁ କୁହାଯାଏ। କୁଶ ଶଯ୍ୟାରେ ସୁଆଇ ମୁଣ୍ଡ ଉପରେ ତୁଳସୀ ପତ୍ର ଅଥବା ମଞ୍ଜରି ରଖିବାକୁ ପରାମର୍ଶ ଦିଆଯାଏ। ମୃତ୍ୟୁବେଶକୁ ଏହି ସବୁ ସାମଗ୍ରୀ ଆଖପାଖରେ ଥିଲେ ପ୍ରାଣୀର ପରଲୋକରେ ବିନା ଶ୍ରାଦ୍ଧରେ ବି ସ୍ୱର୍ଗପ୍ରାପ୍ତି ହୁଏ ବୋଲି ପୁରାଣରେ କୁହାଯାଇଛି।

ରାଶି

ଶ୍ରାଦ୍ଧପକ୍ଷରେ ରାଶି ବା ତିଳର ଗୁରୁତ୍ୱ ଢେର ବେଶି । ଭଗବାନ ବିଷ୍ଣୁଙ୍କ ଝାଳରୁ ସୃଷ୍ଟ ତିଳ ଅତ୍ୟନ୍ତ ପବିତ୍ର ମନେ କରାଯାଏ। ଏଣୁ ଯେଉଁ ବ୍ୟକ୍ତିର ମୃତ୍ୟୁ ନିକଟତର ହୁଏ ତା ଦ୍ୱାରା ତିଳ ଦାନ କରାଇବାର ବିଧି ରହିଛି। ତିଳଦାନକୁ ମହାଦାନ ମନେ କରାଯାଏ। ଏହି ଦାନ ଦ୍ୱାରା ଅସୁର ଦୈତ୍ୟ ଓ ଦାନବ ଦୂରରେ ରହନ୍ତି। ଏଣୁ ଯେଉଁ ଲୋକର ମୃତ୍ୟୁ ନିକଟର ଥାଏ ତାଙ୍କ ମୁଣ୍ଡ ଉପରେ କଳା ରାଶି ରଖିବାକୁ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.