Below header

ପୂର୍ବ କେନ୍ଦ୍ରମନ୍ତ୍ରୀ ପିଆର କୁମାର ମଙ୍ଗଳମଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ଯା, ଜଣେ ଗିରଫ

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବଢି ଚାଲିଛି। ଏମିତି ସ୍ଥଳେ ପୁଣି ଏକ ଚମକାଇ ଦେବା ଭଳି ଘଟଣା ଘଟିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ପିଆର କୁମାର ମଙ୍ଗଳମ୍‌ଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମଙ୍କୁ ଘରେ ପଶି ହତ୍ୟା କରିଦିଆଯାଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି କହିଛନ୍ତି, ଏହି ହତ୍ୟା ଘଟଣା ଗତ ରାତିରେ ଘଟିଛି। କିଟ୍ଟି କୁମାରମଙ୍ଗଳମ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ରହୁଥିଲେ। ପୋଲିସ କମିଶନରଙ୍କ କହିବା ଅନୁସାରେ, ଏହି ହତ୍ୟାକାଣ୍ଡରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ତେବେ ଅନ୍ୟ ଦୁଇଜଣଙ୍କର ସନ୍ଧାନ ଜାରି ରହିଛି। ବର୍ତ୍ତମାନ ହତ୍ୟାର କାରଣ ଜଣାପଡି ନାହିଁ।

କିଟ୍ଟି କୁମାରମଙ୍ଗଳମ୍‌ଙ୍କ ଘରେ କାମ କରୁଥିବା ହାଉସ୍ ହେଲପର କହିଛନ୍ତି, ଘଟଣା ଦିନ ରାତି ପ୍ରାୟ ୮ଟା ୩୦ ମିନିଟରେ ଲଣ୍ଡ୍ରିବାଲା ଘର ଭିତରକୁ ଆସିଥିଲେ। ଏହାପରେ ଆଉ ଦୁଇଜଣ ଲୋକ ମଧ୍ୟ ଆସିଥିଲେ। ହାଉସ୍ ହେଲପର କହିଛନ୍ତି, ପରେ ଆସିଥିବା ଅନ୍ୟ ଦୁଇ ଜଣ ଲୋକ ତାଙ୍କର ହାତ-ଗୋଡ ବାନ୍ଧି ଦେଇଥିଲେ ଓ କିଟ୍ଟି କୁମାରମଙ୍ଗଳମ୍‌ଙ୍କୁ ହତ୍ୟା କରିଥିଲେ। ପୋଲିସ ଲଣ୍ଡ୍ରିବାଲାକୁ ମଧ୍ୟ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.