ଆଜି ସଂଧ୍ୟାରେ ମୋଦି କ୍ୟାବିନେଟ୍‌ର ସମ୍ପ୍ରସାରଣ, ସ୍ଥାନ ପାଇପାରନ୍ତି ୨୦ ନୂଆ ମୁହଁ

ନୂଆଦିଲ୍ଲୀ (କେନ୍ୟୁଜ) : ଆଜି ସଂଧ୍ୟାରେ ମୋଦି କ୍ୟାବିନେଟ୍‌ର ସମ୍ପ୍ରାସାରଣ । ଏହା ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ। ଏଥିରେ ୧୯ରୁ ୨୦ ଜଣ ନୂଆ ମନ୍ତ୍ରୀ ହୋଇ ପାରନ୍ତି। ପୁରସ୍କୃତ ହୋଇପାରନ୍ତି କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କୁ ବାଟ ଛାଡିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ଚିରାଗ ପାଶ୍ୱୱାନଙ୍କୁ ଚେକ୍‌ମେଟ୍‌ ଦେଇଥିବା ଲୋକ ଜନଶକ୍ତି ପାର୍ଟିର ପଶୁପତି ପାରଶ । ନୀତିଶ କୁମାରଙ୍କ ଜେଡିୟୁ ନେତା ମଧ୍ୟ ସାମିଲ ହୋଇପାରିନ୍ତି। ଜେଡିୟୁରୁ ସାମିଲ ହୋଇ ପାରନ୍ତି ଆର୍‌ସିପି ସିଂହ। ବିହାରରୁ ବିଜେପିର ସୁଶୀଲ ମୋଦିଙ୍କୁ ବି ସ୍ଥାନ ମିଳିପାରେ।

ମହାରାଷ୍ଟ୍ର ନେତା ନାରାୟଣ ରାଣେ, ହୀନା ଗାବିତ, ପୁନମ ମହାଜନ ଓ ପ୍ରୀତମ ମୁଣ୍ଡେଙ୍କ ନାଁ ଚର୍ଚ୍ଚାରେ ରହିଛି। ରାଜସ୍ଥାନରୁ ଭୂପେନ୍ଦ୍ର ଯାଦବଙ୍କୁ ସଂପ୍ରସାରିତ କ୍ୟାବିନେଟ୍‌ରେ ସ୍ଥାନ ମିଳିପାରେ । ସମ୍ପ୍ରସାରଣରେ ଓଡ଼ିଶାରୁ କିଏ ପାଇବ ମନ୍ତ୍ରୀପଦ ନେଇ ବି ଚର୍ଚ୍ଚା ଜୋର । ପଶ୍ଚିମ ଓଡ଼ିଶାରୁ ଜୁଏଲ ଓରାମ, ସଂଗୀତା ସିଂହଦେଓ, ସୁରେଶ ପୂଜାରୀ କିମ୍ବା ଉପକୂଳ ଓଡିଶାରୁ ଅପରାଜିତା ଷଡ଼ଙ୍ଗୀ ଓ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରିପଦ ମିଳିପାରେ। ସେଥିରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନେଇ ଜାତୀୟ ଗଣମାଧ୍ୟମରେ ଅଧିକ ଚର୍ଚ୍ଚା ହେଉଛି । କେନ୍ଦ୍ର କ୍ୟାବିନେଟ୍‌ରେ ୮୧ ଜଣ ସଦସ୍ୟ ରହି ପାରିବେ । ଏବେ ଅଛନ୍ତି ୫୩ ଜଣ ମନ୍ତ୍ରୀ । ଅର୍ଥାତ ଆଉ ୨୮ ଜଣଙ୍କୁ ସାମିଲ କରାଯାଇପାରିବ। ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.