‘ଦ ସିଟି ଅଫ୍ ଜଏ’ ପୁସ୍ତକ ଲେଖକ ଡମନିକ ଲାପିୟରଙ୍କ ପରଲୋକ, ୯୧ ବର୍ଷରେ ନେଲେ ଶେଷ ନିଶ୍ୱାସ

‘ଦ ସିଟି ଅଫ୍ ଜଏ, ପୁସ୍ତକ ରଚୟିତାଙ୍କ ପରଲୋକ । ଲୋକପ୍ରିୟ ଲେଖକ ଡମନିକ ଲାପିୟରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସେ ଭାରତରେ କୋଲକତା ଉପରେ କେନ୍ଦ୍ରୀତ ପୁସ୍ତକ ‘ଦ ସିଟି ଅଫ୍ ଜଏ ’ ଯୋଗୁଁ ଲୋକପ୍ରିୟ ହୋଇଥିଲେ। ତାଙ୍କର ମୃତ୍ୟୁ ଖବର ବିଷୟରେ ଡମନିକଙ୍କ ପତ୍ନୀ ସୂଚନା ଦେଇଛନ୍ତି । ଲଣ୍ଡନ, ପାଞ୍ଚ ଡିସେମ୍ବର, ଫ୍ରିଡମ ଆଟ୍ ମିଡନାଇଟ୍ ଭଳି ଅନେକ ଚର୍ଚ୍ଚିତ ପୁସ୍ତକ ଲେଖିଛନ୍ତି ।
ଖବର ମୁତାବକ, ଡମନିକ୧୯୮୦ରେ ଭାରତରେ କୁପୋଷଣ ଏବଂ ଦାରିଦ୍ରତା ମଧ୍ୟରେ କୁଷ୍ଠ ରୋଗ ଏବଂ ଅନ୍ୟ ରୋଗରୁ ପ୍ରାୟ ୯ ହଜାରରୁ ଅଧିକ ପିଲାକୁ ବଞ୍ଚାଇଥିଲେ । ପରୋପକାରୀ ଫାଉଣ୍ଡେସନର େଓ୍ଵବସାଇଟ୍ରେ କୁହାଯାଇଛି କି, ୧୨୦୦ ଗାଁରେ ଟିବି ରୋଗ ସହିତ ଲଢିବାକୁ ସହାୟତା କରିଥିଲେ। ସେହିପରି ପାଣି ପିଇବା ପାଇଁ ୫୪୧ ନଳକୂପ ଖୋଳାଇବାରେ ସହାୟତା କରିଥିଲେ । ଏହାଛଡା ୫୦ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା କରିଥିଲେ ।
Dominique Lapierre, author of ‘Freedom at Midnight’ and ‘City of Joy’, dies at 91 https://t.co/dWGTAkGdlj
— Scroll.in (@scroll_in) December 5, 2022
୧୯୩୧, ଜୁଲାଇ ୩୦ ତାରିଖରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ ଡମନିକ ଲାପିୟର । ଭାରତ ଆସି କୋଲକତାରେ ରିସର୍ଚ୍ଚ କରୁଥିବା ସମୟରେ ମଦର ଟେରସାଙ୍କ ନିକଟତମ ସହଯୋଗୀ ଭାବେ କାମ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ୩୦ ଆମେରିକୀୟ ଡଲାର ସହିତ ପ୍ୟାରିସ ଛାଡି ଏକ ଜାହାଜରେ କାମ କରୁଥିଲେ। ଏହି ସମୟରେ ସେ ଉତ୍ତର ଆମେରିକାରରେ ୩୦ ହଜାର ମାଇଲ ଯାତ୍ରା କରିଛନ୍ତି । ଏହି ଯାତ୍ରା ସମୟରେ ‘ଏ ଡଲାର ଫୋର ଏ ଥାଉଜେଣ୍ଡ ମାଇଲ୍ସ’ ପୁସ୍ତକ ଲେଖିଥିଲେ। ଯାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ନୂଆ କାହାଣୀ ଏବଂ ମେସେଜ ପାଇଁ ଲଗାତାର ଦୁନିଆର ପ୍ରତିଟି ସ୍ଥାନ ବୁଲିଛନ୍ତି ।