ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼

ଯୋଡା(କେନ୍ୟୁଜ୍): ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼ । ଆଜି ସକାଳ ପ୍ରାୟ ୮ ବେଳେ, ବସ୍ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଏହି ଛୁରାମାଡ଼ ହୋଇଛି । ଏଥିରେ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍ ଡି ଆକବର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଅତର୍କିତ ଛୁରାମାଡ଼ ଯୋଗୁଁ ତାଙ୍କ ବାମ ପଟ ପେଟରେ ଗଭୀର କ୍ଷତ ହୋଇଛି  ।  ଆକବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବାପରେ  ମେଡିକାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଯୁବକଙ୍କ ନାଁ ଡାକା । ସେ ଘଟଣା ଘଟାଇବା ପରଠାରୁ ଫେରାର ଥିବା ଜଣାପଡିଛି । ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଘଟଣା ସମ୍ପର୍କରେ ଖବର ପାଇ ବଡ଼ବିଲ ପୋଲିସ ତଦନ୍ତ ଆରମ୍ଭ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.