କୁକୁର ପ୍ରେମରେ ଆତ୍ମହତ୍ୟା କଲେ ଯୁବତୀ, ସୁଇସାଈଡ଼ ନୋଟରେ ଲେଖିଲେ ଶେଷ ଇଚ୍ଛା

ତାମିଲନାଡୁର କୋୟମ୍ବଟୁର ସହରରେ ଘଟିଛି ଏପରି ଏକ ଘଟଣା ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଯେଉଁଥିରେ ଯୁବତୀ ଜଣକ ନିଜ ପରିବାରବର୍ଗଙ୍କୁ କୁକୁରଟିକୁ ନିଜ ସାଥିରେ ରଖିବା ପାଇଁ ଲେଖିଛନ୍ତି ।

Image result for girl commits suicide in dog love in coimbatore

 

ସୂଚନା ଅନୁଯାୟୀ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ୨୪ ବର୍ଷୀୟା କବିତା ନିଜ ପରିବାର ସହିତ କୋୟମ୍ବଟୁରରେ ବାସ କରନ୍ତି । ତେବେ କବିତାଙ୍କ ସହ ତାଙ୍କ ପୋଷା କୁକୁର ମଧ୍ୟ ରହୁଥିଲା । ଦିନେ ଅତ୍ୟଧିକ ବର୍ଷା ଓ ବିଜୁଳି କାରଣରୁ କବିତାଙ୍କ କୁକୁର ସିଜର ଡରି ଯାଇଥିଲା ଯେଉଁ କାରଣରୁ ସେ ଭୁକିବା ଆରମ୍ଭ କରିଦେଇଥିଲା ।

Image result for girl commits suicide in dog love in coimbatore

 

ଏଥିରେ ବିରକ୍ତ ହୋଇ ତାଙ୍କର ପଡ଼ୋଶୀମାନେ କବିତାଙ୍କ ବାପାଙ୍କ ନିକଟରେ ଅଭିଯୋଗ କରିଥିଲେ । ଯେଉଁ କାରଣରୁ ତା ପରଦିନ କବିତାଙ୍କ ବାପା ତାଙ୍କୁ ଅତ୍ୟଧିକ ଗାଳି କରିଥିଲେ ଓ କୁକୁରକୁ ବାହାର କରିଦେବା ପାଇଁ କହିଥିଲେ । ତେବେ ଏହି ଗାଳିକୁ ସହ୍ୟ କରିପାରିନଥିଲେ କବିତା ଓ ତାଙ୍କୁ ନିଜ କୁକୁରଠାରୁ ଦୂରେଇଯିବାର ଭୟ ମଧ୍ୟ ରହିଥିଲା । ସେଥିପାଇଁ ସେ ପଙ୍ଖାର ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଥିଲେ ଓ ସୁଇସାଈଡ଼ ନୋଟରେ ନିଜ କୁକୁରକୁ ସାଥିରେ ରଖିବା ପାଇଁ ଅନୁରୋଧ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.