Below header

ଟିଭି ଚ୍ୟାନେଲଙ୍କୁ ସରକାରଙ୍କ ଚେତାବନୀ, ଉତ୍ତେଜନାମୂଳକ ଖବର ପ୍ରସାରଣରୁ ନିବୃତ୍ତ ରୁହ

କେନ୍ୟୁଜ୍(ବ୍ୟୁରୋ):ଟିଭି ଚ୍ୟାନେଲଙ୍କୁ ସରକାରଙ୍କ ଚେତାବନୀ। ଚାଞ୍ଚଲ୍ୟକର ଶିରୋନାମାରୁ ନିର୍ବୃତ୍ତ ରୁହ। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଏବଂ ଦିଲ୍ଲୀର ଜାହାଙ୍ଗୀରପୁରା ଦଙ୍ଗା ସମ୍ପର୍କିତ ସମ୍ବେଦନଶୀଳ ଖବରର ପରିବେଷଣ ଶୈଳୀ ଉପରେ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଶନିବାର ଟିଭି ଚ୍ୟାନେଲଗୁଡିକ ଲାଗି କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ସେଥିରେ ଆଇନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂହିତା ପାଳନ କରିବାକୁ କୁହାଯାଇଛି।

ସରକାରଙ୍କ ମୁତାବକ ଜାହାଙ୍ଗୀରପୁର ହିଂସା ଘଟଣା ସମ୍ପର୍କରେ ଟେଲିଭିଜନ ଚ୍ୟାନେଲ ଗୁଡିକରେ ପ୍ରସାରିତ କିଛି ବିତ୍ରକରେ ଅସଂସଦୀୟ, ଉତ୍ତେଜକ ତଥା ସାମାଜିକ ଭାବେ ଅଗ୍ରହଣୀୟ ଭାଷା ବ୍ୟବହାର ହୋଇଥିଲା। ଯାହାର ପ୍ରଭାବ ଦର୍ଶକଙ୍କ ଉପରେ ପଡିବା ସହିତ ସାମ୍ପ୍ରଦାୟିକ ସଦ୍‌ଭାବ ତଥା ଶାନ୍ତି ନଷ୍ଟ ହେବା ଭଳି ଲାଗିଥିଲା। ଏଭଳି କ୍ଷେତ୍ରରେ ଟେଲିଭିଜନ୍‌ ଚ୍ୟାନେଲ ଗୁଡିକୁ କବୁଲ ଟେଲିଭିଜନ ନେଟୱର୍କସ ଆଇନ ୧୯୯୫ର ଧାରା ୨୦କୁ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.