ମାତ୍ର ୧୫ବର୍ଷ ବୟସରେ ଭଲପାଇ ବସିଥିଲେ କରିନା, ପ୍ରେମ ପାଇଁ କରିଥିଲେ ଏପରି କାମ

ଅଭିନେତ୍ରୀ କରିନା କପୁର ସର୍ବଦା ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି | ଏକ ସାକ୍ଷାତକାରରେ କରିନା ତାଙ୍କ ଛୋଟ ବେଳର ଏକ ସତ୍ୟ ଘଟଣା ପ୍ରକାଶ କରିଛନ୍ତି | କରିନାଙ୍କ କହିବାନୁଯାୟୀ ସେ ଛୋଟବେଳେ ବହୁତ ଦୁଷ୍ଟ ଥିଲେ | ଏହି କାରଣରୁ ତାଙ୍କ ମା’ ତାଙ୍କ ଉପରେ ସର୍ବଦା ନଜର ରଖୁଥିଲେ ବୋଲି କରିନା କହିଛନ୍ତି |

କରିନାଙ୍କ କହିବାନୁଯାୟୀ ତାଙ୍କ ବଡ ଭଉଣୀ କରିସ୍ମାଙ୍କୁ ତାଙ୍କ ସାଙ୍ଗମାନଙ୍କ ସହ ବୁଲାବୁଲି ପାଇଁ ପରମିଶନ ଦିଆଉଯାଉଥିଲା | କିନ୍ତୁ ତାଙ୍କୁ ମନା କରାଯାଇଥିଲା | କାରଣ କରିନାଙ୍କୁ ଯେତେବେଳେ ୧୪, ୧୫ ବର୍ଷ ହୋଇଥିଲା ସେତେବେଳେ ସେ ଜଣେ ପୁଅକୁ ବହୁତ ଭଲ ପାଉଥିଲେ | କିନ୍ତୁ ଏକଥା ପରେ ତାଙ୍କ ମା’ ବବିତା ଜାଣିବା ପରେ ରାଜି ହୋଇ ନଥିଲେ |

ଏପରିକି କରିନା ସେ ପୁଅ ସହ ଯେପରି ନ ଦେଖାହୋଇପାରିବ ସେଥିପାଇଁ ଘର ଫୋନକୁ ମଧ୍ୟ ବବିତା ନିଜ ରୁମରେ ଲୁଚାଇ ରଖିଥିଲେ | କିନ୍ତୁ ଦିନେ ମା’ ଘରେ ନଥିବା ବେଳେ କରିନା ଏକ ଛୁରୀ ସାହାଯ୍ୟରେ ତାଲା ଭାଙ୍ଗି ସେହି ରୁମରୁ ଫୋନକୁ ଉଠାଇ ଆଣିଥିଲେ। ଏକଥା ଜାଣିବା ପରେ ବବିତା ଖୁବ ରାଗି ଯାଇଥିଲେ, ଯାହାପରେ କରିନାଙ୍କୁ ସେ ବୋଡିଂ ସ୍କୁଲ ପଠାଇ ଦେଇଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.