Below header

ଭାଇରାଲ ହେଉଛି ସାହିଦ କପୁରଙ୍କ ପତ୍ନୀ ମୀରାଙ୍କ ଟ୍ରାନ୍ସପରେଣ୍ଟ ଲୁକ୍, ଫଟୋ ସେୟାର କରି ଲେଖିଲେ ‘ପ୍ୟାଣ୍ଟ ପିନ୍ଧନ୍ତୁ କିନ୍ତୁ ସେକ୍ସି ଅନ୍ଦାଜରେ’

ବଲିଉଡ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମୀରା କପୁର ତାଙ୍କର ଲୁକ୍ ଯୋଗୁଁ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଇନଷ୍ଟାଗ୍ରାମ ମାଧ୍ୟମରେ ମୀରା ତାଙ୍କର ଏକ ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।

ଅଭିନୟ ଜଗତଠାରୁ ଦୂରରେ ରହୁଥିବା ମୀରା କପୁର ଫ୍ୟାଶନ ଦୁନିଆରେ ଏକ ଭିନ୍ନ ଧରଣର ସ୍ଥାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।  ଆଜି ଯାଏ ସେୟାର କରିଥିବା ସବୁ ଲୁକ୍ ମାନଙ୍କ ଭିତରେ ଏହି ନୂଆ ଲୁକ୍ ମଧ୍ୟ ବହୁତ ପ୍ରଶଂସା ପାଇବାରେ ଲାଗିଛି।

mira

ସ୍ୱାମୀ ସାହିଦଙ୍କ ପରି ମୀରା ବି କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହଁନ୍ତି। ସେ କେବଳ ନିଜ ପ୍ରଶଂସକଙ୍କ ହୃଦୟରେ ରହିବାକୁ ଚାହାନ୍ତି । ଯେଉଁଥିପାଇଁ ମୀରାଙ୍କ ପ୍ରଶଂସକଙ୍କ ଲିଷ୍ଟ୍ ଦିନକୁ ଦିନ ଅଧିକ ହେବାରେ ଲାଗିଛି । ମୀରା କପୁରଙ୍କ ଏହି ଶେଷ ଲୁକ୍ ବିଷୟରେ କହିବାକୁ ଗଲେ, ଏଥର ମୀରା କଳା ରଙ୍ଗର ଶିମିରି ସ୍ୱଚ୍ଛ ଜମ୍ପସୁଟ୍ ରେ ନଜର ଆସିଛନ୍ତି। ଯାହାକୁ ସେ ଏକ କଳା କୋଟ ସହିତ ପିନ୍ଧିଛନ୍ତି ।

ମୀରା ତାଙ୍କ ଲୁକ୍ କୁ ଆହୁରୀ ଭଲ କରିବା ପାଇଁ ହାତରେ ଏକ କଳା କ୍ଲଚ୍ ଧରିଛନ୍ତି । ଏହା ସହ ସେ ହାତରେ ଗୋଟିଏ ଘଣ୍ଟା ପିନ୍ଧିଛନ୍ତି । ଏହି ଫଟୋ ଗୁଡ଼ିକରେ, ମୀରା ଲାଲ୍ ଲିପଷ୍ଟିକ୍ ସହିତ ନ୍ଯୁଡ୍ ମେକଅପ୍ କରିଛନ୍ତି । ଏହାସହିତ ଏକ କଳା ହିଲ୍ ପିନ୍ଧିଛନ୍ତି । ସେ ନିଜ କେଶରେ ଏକ ଖୋସା ତିଆରି କରିଛନ୍ତି । ଫଟୋ ଗୁଡିକୁ ସେୟାର କରି ମୀରା ଲେଖିଛନ୍ତି, ‘ପ୍ୟାଣ୍ଟ ପିନ୍ଧନ୍ତୁ କିନ୍ତୁ ସେକ୍ସି ଷ୍ଟାଇଲରେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.