ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, DAV ରେ ଖାଲିପଡିଛି ଅନେକ ପଦବୀ

ଓଡିଶାର ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଡିଏଭି ସ୍କୁଲରେ ଖାଲିପଡିଛି ବିଭିନ୍ନ ପଦବୀ। ଏଠାରେ ଟିଚର ଏବଂ କ୍ଲର୍କ ପଦବୀରେ ଖାଲିପଡିଛି। ରେଗୁଲାର/ଚୁକ୍ତିଭିତ୍ତିକ/ଆଡହକ୍‌ ଭାବେ ନିଯୁକ୍ତି ମିଳିବ। ଇଂଲିଶ, ଗଣିତ, ଫିଜିକ୍ସ, କେମେଷ୍ଟ୍ରି, ବାଣିଜ୍ୟ ଇତ୍ୟାଦି ପାଇଁ ଟିଚର ପଦବୀ ଖାଲିପଡିଛି। ସେହିପରି ନର୍ସରୀ କ୍ଲାସ, ଲାଇବ୍ରେରିଆନ, ଲାଇବ୍ରେରୀ ଆସିଷ୍ଟାଣ୍ଟ ପଦବୀ ଖାଲିପଡିଛି।

ଏହି ପଦବୀ ପାଇଁ ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଛର, ନୟାଗଡ, ପୁରୀ ଏବଂ ସୁନ୍ଦରଗଡ ଭଳି ଜିଲ୍ଲାରେ ଥିବା ଡିଏଭି ସ୍କୁଲରେ ନିଯୁକ୍ତି ମିଳିବ।

ପଦବୀ ବିବରଣୀ :

PGTS/Contractual PGTS ରେ ଗଣିତ, ଇଂଲିଶ, ଫିଜିକ୍ସ, କେମେଷ୍ଟ୍ରି, ବାଣିଜ୍ୟ ଏବଂ TGT/PRT/Adhoc ଟିଚର ଇଂଲିଶ, ହିନ୍ଦୀ, ସଂସ୍କୃତ, ଗଣିତ, କମ୍ପ୍ୟୁଟର ସାଇନ୍ସ, ଜେନେରାଲ ସାଇନ୍ସ, ସୋସିଆଲ ସାଇନ୍ସ, ମ୍ୟୁଜିକ, ଫାଇନ ଆଟର୍ସ, ଫିଜିକାଲି ଏଜୁକେସନ, ନର୍ସରୀ କ୍ଲାସ ପାଇଁ ମହିଳା ଶିକ୍ଷକ ଏବଂ ଲାଇବ୍ରେରିଆନ, କ୍ଲର୍କ।

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିବେ।

ବୟସ ସୀମା: ଶିକ୍ଷାଗତ ଯୋଗ୍ୟତା ଭଳି ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ନିର୍ଦ୍ଧାରଣ କରାଯାଇଛି। ଟିଚର, କାଉନସିଲର, ଯୋଗ ଶିକ୍ଷକ, ମ୍ୟୁଜିକ ଶିକ୍ଷକ, ଆର୍ଟ ଏବଂ କ୍ରାଫ୍ଟ ଟିଚର, ହଷ୍ଟେଲ ଓ୍ଵାଡେନ ଏବଂ ଡ୍ରାଇଭର ପଦବୀ ପାଇଁ ସର୍ବାଧିକ ବୟସ ୪୦ ବର୍ଷ ରହିଛି। ସେହିଭଳି ଅନ୍ୟ ପୋଷ୍ଟ ପାଇଁ ସର୍ବାଧିକ ବୟସ ୩୨ ବର୍ଷ ରହିଛି।

କେମିତି କରିବେ ଆବେଦନ :

ଏହିସବୁ ପଦବୀ ପାଇଁ ଆବେଦନ କରିବା ଲାଗି ଅନଲାଇନ ମାଧ୍ୟମରେ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେଇ ଫର୍ମ ପୂରଣ କରିବେ।

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୨ ମଇ, ୨୦୨୨ ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://recruitment.silicontechlab.com/projectIndex.php?admcode=PGTENG_DAVREG&ins=U2FoSmhyVE5yOC96S3E2ZzA5bUFqQT09&_s=1650631474309

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.