Below header

ହମାସ ମୁଖ୍ୟଙ୍କ ଚେତାବନୀ : ଇସ୍ରାଏଲରୁ ଆରମ୍ଭ, ସାରା ବିଶ୍ୱ ହେବ ଆମ ଅଧୀନ

ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ ମଧ୍ୟରେ ଦୀର୍ଘ ୬ ଦିନ ଧରି ଯୁଦ୍ଧ ଜାରି ରହିଛି । ଏପର୍ଯ୍ୟନ୍ତ ଏହି ସଂଘର୍ଷରେ ପ୍ରାୟ ୩ ହଜାରୁ ଉର୍ଦ୍ଧ୍ୱ ଗାଜାବାସୀଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି । ହେଲେ ହମାସ କମାଣ୍ଡର ମହମୁଦ ଅଲ ଜହରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ନୂଆଦିଲ୍ଲୀ : ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ ମଧ୍ୟରେ ଦୀର୍ଘ ୬ ଦିନ ଧରି ଯୁଦ୍ଧ ଜାରି ରହିଛି । ଏପର୍ଯ୍ୟନ୍ତ ଏହି ସଂଘର୍ଷରେ ପ୍ରାୟ ୩ ହଜାରୁ ଉର୍ଦ୍ଧ୍ୱ ଗାଜାବାସୀଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି । ହେଲେ ହମାସ କମାଣ୍ଡର ମହମୁଦ ଅଲ ଜହରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଶୁଣିବାକୁ ମିଳିଛିଯେ ତାଙ୍କର ଟାର୍ଗେଟ କେବଳ ଇସ୍ରାଏଲ ନୁହେଁ, ସାରା ବିଶ୍ୱ ତାଙ୍କର ଅଧୀନ ହେବ । ଏକ ଟିଭି ଚ୍ୟାନେଲରେ ଏହି ଭିଡ଼ିଓ ପ୍ରସାରଣ ହୋଇଥିଲା । ମହମୁଦ ଏହି ଭିଡିଓରେ କହିଥିଲା, ‘‘୫୧୦ ବର୍ଗ କିଲୋମିଟର ଅଂଚଳ ଏପରି ଏକ ସିଷ୍ଟମ ଅଧୀନରେ ରହିବ ଯେଉଁଠି କୌଣସି ଅନ୍ୟାୟ ନଥିବ । କେହି ଅତ୍ୟାଚାରର ଶିକାର ହେବେ ନାହିଁ ।’’ ଯେମିତି ଫିଲିସ୍ତୀନ, ଲେବାନନ, ସିରିୟା, ଇରାକ ଓ ଅନ୍ୟ ଦେଶରେ ହେଉଛି, ସେପରି ଏଠାରେ ହେବନାହିଁ ।

ଇଣ୍ଟରନେଟରେ ଏହି ଭିଡିଓ ଭାଇରାଲ ହେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ବୟାନ ଶୁଣିବାକୁ ମିଳିଛି । ନେତନ୍ୟାହୁ କହିଛନ୍ତି ଯେ ହମାସର ପୁରା ଦୁନିଆକୁ ବରବାଦ କରି ଦିଆଯିବ ।

ଏବେ ଇସ୍ରାଇଲ ପକ୍ଷରୁ ଗାଜା ପଟ୍ଟି ଉପରେ ଆକ୍ରମଣ ଜାରି ରହିଛି । ବହୁ ଅଂଚଳ ଧରାଶାୟୀ ହୋଇ ଗଲାଣି । ହସପିଟାଲରେ ଓଷଧ ଶେଷ ହୋଇଗଲାଣି ।ପ୍ରାୟ ୨୦ ଲକ୍ଷ ଲୋକଙ୍କ ଘରେ ବିଜୁଳି ନାହିଁ । ସେଠାରେ ଲାଗିଥିବା ସୀମାକୁ ସିଲ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି ଯେ ଯୁଦ୍ଧ ହମାସ ଆରମ୍ଭ କରିଥିଲା ଆମେ ଏହାକୁ ଶେଷ କରିବୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.