ଇଜିପ୍ଟର ପ୍ରଥମ ରାଣୀଙ୍କ ସମାଧି ପରିସରରୁ ମିଳିଲା ୫୦୦୦ ବର୍ଷ ପୁରୁଣା ମଦ ପାତ୍ର; ବୈଜ୍ଞାନିକ କଲେ ଏହି ଦାବି

ମିଶରର ପ୍ରଥମ ରାଣୀଙ୍କ ସମାଧି ପରିସରରୁ ୫୦୦୦ ବର୍ଷ ପୁରୁଣା ମଦ ପାତ୍ର ମିଳିଛି। ଗବେଷକମାନେ କହିଛନ୍ତି ଯେ ମଦର ଏହି ଭଣ୍ଡାର ପାଖାପାଖି ୩୦୦୦ ଖ୍ରୀଷ୍ଟପୂର୍ବ ପରି ଲାଗୁଛି। ଭିୟନା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହି ମଦ ଭଣ୍ଡାର ଆବିଷ୍କାର କରିଛନ୍ତି। ମିଶରର ପ୍ରଥମ ରାଣୀଙ୍କ ସମାଧି ନୀଳ ନଦୀଠାରୁ ପ୍ରାୟ ୧୦ କିଲୋମିଟର ଦୂର ଉପର ଇଜିପ୍ଟରେ ଅବସ୍ଥିତ।

ଖବର ମୁତାବକ, ବୈଜ୍ଞାନିକ ଟିମ୍‌ ଏବିଡୋସ୍‌ର ରାଜକୀୟ କବ୍ରିସ୍ଥାନରେ ମେରୀ-ନିଥଙ୍କ ସମାଧି ପରିସରରେ ମଦ ପାତ୍ର ସନ୍ଧାନ କରିଛନ୍ତି। କୁହାଯାଉଛି, ମେରୀ-ନିଥ ପାଖାପାଖି ୫୦୦୦ ବର୍ଷ ପୂର୍ବେ ଅସ୍ତିତ୍ୱରେ ଥିଲେ ଏବଂ ପାଖାପାଖି ୨୯୫୦ ଖ୍ରୀଷ୍ଟପୂର୍ବରେ ଇଜିପ୍ଟର ରାଣୀ ଥିଲେ।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ରାଣୀଙ୍କୁ ଏତେ ପରିମାଣର ମଦ ସହିତ ପୋତି ଦିଆଯାଇଥିଲା। ଉଦ୍ଧାର ହୋଇଥିବା ମଦ ପାତ୍ର ମଧ୍ୟରୁ କିଛି ପାତ୍ର ଏବେ ମଧ୍ୟ ସିଲ୍ ରହିଛି। ବୈଜ୍ଞାନିକମାନେ କହିଛନ୍ତି, ଉଦ୍ଧାର ମଦ ପାତ୍ର ରାଣୀଙ୍କ ସମ୍ପତ୍ତିକୁ ପ୍ରମାଣ ଦେଉଛି। ବୈଜ୍ଞାନିକମାନେ ମଦ ପାତ୍ର ସହିତ ଅଙ୍ଗୁର ମଞ୍ଜି ଏବଂ ମଦର ଅବଶେଷ ମଧ୍ୟ ସନ୍ଧାନ କରିଛନ୍ତି।

ବୈଜ୍ଞାନିକମାନଙ୍କ କହିବା ହେଲା, ଇଟା, ମାଟି ଓ କାଠ ବ୍ୟବହାର କରି ତିଆରି କରାଯାଇଥିବା ଏହି ପରିସରରେ ୪୧ଟି ଦରବାରୀ ଏବଂ ଚାକରମାନଙ୍କ ସମାଧି ମଧ୍ୟ ରହିଛି, ଯେଉଁମାନଙ୍କୁ ରାଣୀଙ୍କ ପାଖରେ ସମାଧି ଦିଆଯାଇଥିଲା। ଭିୟନା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ଖ୍ରୀଷ୍ଟିଆନା କୋହଲର କହିଛନ୍ତି ଯେ ରାଣୀ ମେରୀ-ନିଥ ବୋଧହୁଏ ନିଜ ସମୟର ସବୁଠାରୁ ଶକ୍ତିଶାଳୀ ମହିଳା ଥିଲେ। ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି କି, ହୁଏତ ସେ ପ୍ରାଚୀନ ଇଜିପ୍ଟର ପ୍ରଥମ ରାଣୀ ହୋଇଥିବେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.