ସିରିଆର ଦୁଇ ବିମାନବନ୍ଦର ଉପରେ ଆକ୍ରମଣ କଲା ଇସ୍ରାଏଲ୍‌, ଦାମସ୍‌କସ୍‌ ଓ ଏଲେପ୍ପୋ ଏୟାରପୋର୍ଟକୁ ଟାର୍ଗେଟ୍‌

ଇସ୍ରାଏଲ୍‌ ଏବଂ ହମାସ୍‌ ଯୁଦ୍ଧ ଏବେ ଦେଶର ସୀମାକୁ ବି ଅତିକ୍ରମ କରି ଯାଇଛି। ଇସ୍ରାଏଲ୍‌, ସିରିଆର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ଆକ୍ରମଣ କରିଛି।

ଇସ୍ରାଏଲ୍‌ ଏବଂ ହମାସ୍‌ ଯୁଦ୍ଧ ଏବେ ଦେଶର ସୀମାକୁ ବି ଅତିକ୍ରମ କରି ଯାଇଛି। ଇସ୍ରାଏଲ୍‌, ସିରିଆର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ଆକ୍ରମଣ କରିଛି। ରିପୋର୍ଟ ମୁତାବକ, ସିରିଆର ସରକାରୀ ଟେଲିଭିଜନ କହିଛି ଯେ ଇସ୍ରାଏଲ୍‌ ଗୁରୁବାର ରାଜଧାନୀ ଦାମସ୍‌କସ୍‌ ଏବଂ ଉତ୍ତର ସହର ଏଲେପ୍ପୋରେ ଥିବା ଦୁଇଟି ମୁଖ୍ୟ ବିମାନବନ୍ଦର ଉପରେ ଆକ୍ରମଣ କରିଛି।

ସ୍ଥାନୀୟ ମିଡିଆ ଚ୍ୟାନେଲ୍‌ ଅନୁସାରେ, ଉଭୟ ଆକ୍ରମଣର ଜବାବରେ ସିରିଆର ବାୟୁ ପ୍ରତିରକ୍ଷା ଆରମ୍ଭ କରାଯାଇଛି। ଇସ୍ରାଏଲ୍‌ ଆକ୍ରମଣରେ ଏଲେପ୍ପୋ ବିମାନବନ୍ଦରରେ ବହୁ କ୍ଷୟକ୍ଷତି ଘଟିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ଯଦିଓ ଦାମସ୍‌କସ୍‌ ବିମାନବନ୍ଦରରେ ଆକ୍ରମଣର ପ୍ରଭାବ ବିଷୟରେ କୌଣସି ସୂଚନା ମିଳିନାହିଁ।

ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଏବେ ଲଗାତାର ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲର ସେନା ସିରିଆର ଦାମସ୍‌କସ୍‌ ଏବଂ ଏଲେପ୍ପୋ ବିମାନବନ୍ଦର ଉପରେ ଆକ୍ରମଣ ନେଇ ନିଶ୍ଚିତ କରିଛି। ସିରିଆର ସରକାରୀ ଟିଭି ସୂତ୍ରରୁ ଜଣାପଡ଼ିଛି ଯେ ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୫୦ରେ ଇସ୍ରାଏଲ୍‌ ସିରିଆର ଦୁଇ ପ୍ରମୁଖ ବିମାନବନ୍ଦର ଉପରେ ରକେଟ୍‌ ମାଡ଼ କରିଛି। ଏଥିରେ ଏୟାରପୋର୍ଟର ରନୱେ କ୍ଷତିଗ୍ରସ୍ତ ହୋଇଛି।