Below header

ଆସନ୍ତାକାଲି ଠାରୁ ଦିଲ୍ଲୀରେ ପି-୨୦ ସମ୍ମିଳନୀ, ଜି-୨୦ ର ସଫଳତା ପରେ ପୁଣି ଏକାଠି ହେବେ ସାରା ଦୁନିଆର ସାଂସଦ

ଦିଲ୍ଲୀରେ ଜି-୨୦ ସମ୍ମିଳନୀର ସୁନ୍ଦର ସଫଳତା ପରେ ଭାରତରେ ପ୍ରଥମ ଥର ପାଇଁ ପି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଫଳରେ ସାରା ଦୁନିଆର ନେତାମାନେ ପୁଣି ଥରେ ଭାରତରେ ଏକାଠି ହେବେ । ଏହି ସମ୍ମିଳନୀ ଦିଲ୍ଲୀ ଯଶୋଭୂମି ଠାରେ ଅନୁଷ୍ଠିତ ହେବ ।

ଦିଲ୍ଲୀରେ ଜି-୨୦ ସମ୍ମିଳନୀର ସୁନ୍ଦର ସଫଳତା ପରେ ଭାରତରେ ପ୍ରଥମ ଥର ପାଇଁ ପି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଫଳରେ ସାରା ଦୁନିଆର ନେତାମାନେ ପୁଣି ଥରେ ଭାରତରେ ଏକାଠି ହେବେ । ଏହି ସମ୍ମିଳନୀ ଦିଲ୍ଲୀ ଯଶୋଭୂମି ଠାରେ ଅନୁଷ୍ଠିତ ହେବ ।

୧୩ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ । ପି-୨୦ ଶିଖର ସମ୍ମିଳନୀରେ ଜି-୨୦ ଦେଶ ଛଡା ଅନ୍ୟ ଦେଶର ସଂସଦର ଅଧ୍ୟକ୍ଷ ଓ ଅନ୍ତରାଷ୍ଟ୍ରୀୟ ସଂଗଠନର ପ୍ରତିନିଧିମାନେ ଏକାଠି ହେବେ । ପି-୨୦ ଶିଖର ସମ୍ମିଳନୀର ମୁଖ୍ୟ ବିଷୟ ‘ଓ୍ଵାନ ଆର୍ଥ, ଓ୍ଵାନ ଫ୍ୟାମିଲି’, ଓ୍ଵାନ ଫ୍ୟୁଚର କେ ଲିଏ ସଂସଦ’ ରଖାଯାଇଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡେ ଓ ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଶେଷ ରୂପ ଦିଆଯାଉଛି ।

ଏହି ସମ୍ମିଳନୀରେ ଭାରତ ତାର ବହୁ ପୁରୁଣା ଲୋକତନ୍ତ୍ର ଇତିହାସ ସାରା ବିଶ୍ୱ ଆଗରେ ଉପସ୍ଥାପନ କରିବ । ସମ୍ମିଳନୀରେ ମୋଟ ୪ ଫେଜ ରଖାଯାଇଛି । ପ୍ରଥମ ସେସନରେ ‘ଓ୍ଵାନ ଆର୍ଥ, ଓ୍ଵାନ ଫ୍ୟାମିଲି’ ବିଷୟ ବସ୍ତୁ ରଖାଯାଇଥିବା ବେଳେ ଦ୍ୱିତୀୟ ସେସନରେ ‘ଶକ୍ତି ପରିବର୍ତ୍ତନ ଓ ସବୁଜ ଭବିଷ୍ୟତର ପ୍ରବେଶ ଦ୍ୱାର ରଖାଯାଇଛି ।

ତୃତୀୟ ସେସନରେ ଲିଙ୍ଗ ସମାନତାକୁ ମୁଖ୍ୟଧାରାକୁ ଆଣିବା, ମହିଳା ସଶକ୍ତକରଣ ଓ ମହିଳାଙ୍କୁ ମଖ୍ୟ ଧାରାକୁ ଆଣିବା ବିଷୟ ଉପରେ ଆଲୋଚନା ହେବ । ୪ର୍ଥ ସେସନରେ ‘ଡଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଜୀବନ ପରିବର୍ତ୍ତନ ବିଷୟ ରହିଛି । ଯାହାକି ଏବେ ବିଶ୍ୱରେ ମୁଖ୍ୟ ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.