Below header

ଦେଶରେ ବଢିଛି ଟ୍ରେନ୍ ଦୁର୍ଘଟଣା, ବର୍ଷକ ମଧ୍ୟରେ ୧୪ ଥର ଘଟିଛି ଟ୍ରାଜେଡି

ଗତକାଲି ବିହାରରେ ଲାଇନଚ୍ୟୁତ ହୋଇଛି ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସ । ଏଥିରେ ୪ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ବକ୍ସର ଜିଲ୍ଲାର ରଘୁନାଥପୁରରେ ଗତକାଲି ରାତି ପାଖାପାଖି ୯ଟା ୫୦ ମିନିଟରେ ଏହି ଦୁର୍ଘଟଣା ହୋଇଥିଲା ।

କେନ୍ୟୁଜ୍(ବ୍ୟୁରୋ):ଦେଶରେ ବଢିଛି ଟ୍ରେନ୍ ଦୁର୍ଘଟଣା । ବର୍ଷକ ମଧ୍ୟରେ ଏକାଧିକ ଥର ଘଟିଛି ଟ୍ରେନ୍ ଟ୍ରାଜେଡି । ପ୍ରାୟ ୧୪ ଥର ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ରେଳ । ଗତକାଲି ବିହାରରେ ଲାଇନଚ୍ୟୁତ ହୋଇଛି ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସ । ଏଥିରେ ୪ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ବକ୍ସର ଜିଲ୍ଲାର ରଘୁନାଥପୁରରେ ଗତକାଲି ରାତି ପାଖାପାଖି ୯ଟା ୫୦ ମିନିଟରେ ଏହି ଦୁର୍ଘଟଣା ହୋଇଥିଲା । ଲାଇନଚ୍ୟୁତ ହୋଇଥିଲା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି । ପରସ୍ପର ଉପରେ ଚଢ଼ିଯାଇଥିଲା ଦୁଇ ତିନିଟି ଏସି କୋଚ୍ ।

ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ଶତାଧିକ । ବର୍ଷକର ବଡ଼ ଟ୍ରେନ୍ ଦୁର୍ଘଟଣା ମଧ୍ୟରେ ବାଲେଶ୍ବର ଜିଲ୍ଲା ବାହାନଗାରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଦୁର୍ଘଟଣାରେ ୨୯୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଶହରୁ ଅଧିକ ଆହତ ହୋଇଥିଲେ । ବର୍ଷକ ମଧ୍ୟରେ ଛୋଟ ବଡ଼ ୧୪ରୁ ଅଧିକ ଦୁର୍ଘଟଣା ହୋଇଛି । ଅନେକ ଜୀବନହାନୀ ହୋଇଚି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.