ସ୍ତ୍ରୀ ଉପରେ ରାଗ ଶୁଝାଇବାକୁ ଯାଇ ଶିଶୁକୁ ନିର୍ମମ ହତ୍ୟା କଲା ବାପା

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ବୁଧେଶ୍ବର ତାଙ୍କ ପତ୍ନୀ ପ୍ରମିଳା ଓ ୩ ପୁଅ ସହ ରହୁଥିଲେ । ତାଙ୍କ ଘର ଓ ଜମିବାଡି ନେଇଯିବାକୁ ଗାଁର କିଛି ଲୋକ ଗୁଣିଗାରେଡି କରୁଥିବା ସନ୍ଦେହ କରିଥିଲେ ।

ରାଉରକେଲା (କେନ୍ୟୁଜ୍): ପିଶାଚ ବାପା। ଦେଢ଼ବର୍ଷର ଶିଶୁପୁତ୍ରକୁ ନିର୍ମମ ହତ୍ୟା କଲା ବାପା। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଗର୍ଜନ ପଞ୍ଚାୟତ ତୁମରନ ଗାଁରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀ ଉପରେ ରାଗ ଶୁଝାଇବାକୁ ଯାଇ ଶିଶୁର ଜୀବନ ନେଲା ଅଭିଯୁକ୍ତ । ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ବୁଧେଶ୍ବର ତାଙ୍କ ପତ୍ନୀ ପ୍ରମିଳା ଓ ୩ ପୁଅ ସହ ରହୁଥିଲେ । ତାଙ୍କ ଘର ଓ ଜମିବାଡି ନେଇଯିବାକୁ ଗାଁର କିଛି ଲୋକ ଗୁଣିଗାରେଡି କରୁଥିବା ସନ୍ଦେହ କରିଥିଲେ ।

ଏଥିରେ ତାଙ୍କ ସ୍ତ୍ରୀ ହାତ ଥିବା ସନ୍ଦେହ କରିଥିଲେ ବୁଧେଶ୍ବର । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ଆଜି କୋୖଣସି କାରଣୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ବୁଧେଶ୍ବର ସ୍ତ୍ରୀ ଟାଙ୍ଗିଆ ଧରି ଗୋଡାଥିଲେ । ସ୍ତ୍ରୀ ଦୋୖଡି ପଳାଇବାରୁ ଦେଢ଼ବର୍ଷର ଶିଶୁକୁ ହତ୍ୟା କରିଥିଲା ଅଭିଯୁକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.