Below header

ଜାଣନ୍ତୁ, ଫାଶି ଦେବା ପାଇଁ ଜଲ୍ହାଦକୁ ମୁଣ୍ଡ ପିଛା ମିଳେ କେତେ ଟଙ୍କା

ନୂଆଦିଲ୍ଲୀ :  ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜେଲ୍‌ରେ ରହୁଥିବା ଜଣେ ଅଭିଯୁକ୍ତ ସୁରକ୍ଷା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୁଏ ସେହି ଅନୁପାତରେ ମୃତ୍ୟୁ ଦଣ୍ଡ ଦେଉଥିବା ଜଲ୍ହାଦକୁ ଦିଆଯାଉଥିବା ଅର୍ଥ ଅତି ନଗଣ୍ୟ।

ନିର୍ଭୟା ଅଭିଯକ୍ତଙ୍କୁ ଫାଶି ଦେଉଥିବା ଜଲ୍ହାଦକୁ ମିଳୁଛି ମୁଣ୍ଡ ପିଛା ମାତ୍ର ୨୦ ହଜାର ଟଙ୍କା । ଅର୍ଥାତ୍‌ ନିର୍ଭୟା ୪ ଅଭିଯୁକ୍ତଙ୍କୁ ଫାଶି ଦେବା ପାଇଁ ପବନ ଜଲ୍ହାଦ ପାଇବେ ୮୦ ହଜାର ଟଙ୍କା ।

 

jailସବୁଠାରୁ ବଡ କଥା ହେଉଛି, ଭାରତରେ ଫାଶି ପାଉଥିବା ଅପରାଧୀଙ୍କ ସଂଖ୍ୟା ଅତି ନଗଣ୍ୟ । କେବେ କେମିତି ଜଲ୍ହାଦଙ୍କର ଆବଶ୍ୟକତା ପଡ଼େ । ତେଣୁ ସରକାର ଏମାନଙ୍କୁ ମାସିକ ଭତ୍ତା ୩ ହଜାର ଟଙ୍କା ଦେଇଥାନ୍ତି । ମାତ୍ର ସେହି ଭତ୍ତା ମଧ୍ୟ ସେମାନଙ୍କୁ ଠିକ୍‌ ସମୟରେ ମିଳିନଥାଏ ।

ଯେଉଥିପାଇଁ ୨୦୧୫ ମସିହାରେ ଜଲ୍ହାଦ ପବନ ତାର ମାସିକ ଭତ୍ତା ପାଉନଥିବା ନେଇ ବହୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଭାରତରେ ଫାଶି ସଂଖ୍ୟା କମ୍‌ ହେଉଥିବାରୁ ସରକାରୀ ଜଲ୍ହାଦଙ୍କ ସଂଖ୍ୟା ଅତି ନଗଣ୍ୟ । ତେଣୁ ଏମାନଙ୍କୁ ସରକାର ଦୃଷ୍ଟି ଦେଉ ନାହାଁନ୍ତି ବୋଲି ପବନ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.