Below header

ନଦୀକୁ ପାଣି ପିଇବାକୁ ଆସିଥିବା ଗାଈକୁ ଗୁଳି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଏବେ ଦେଖାଉଛନ୍ତି ମୁହଁ ଟାଣ

ଗାଈକୁ ଗୁଳି କରିଥିବା ନେଇ ଅଭିଯୋଗ ଆସିଛି ଜଣେ ନେତାଙ୍କ ନାଁରେ। ଉତ୍ତର ପ୍ରଦେଶ ସହାରନପୁର ଜିଲ୍ଲାରେ ହରିୟାଣା ଡେମୋକ୍ରେଟିକ୍‌ ଫ୍ରଣ୍ଟର ସଂସ୍ଥାପକ ଏବଂ ପୂର୍ବତନ ମନ୍ତ୍ରୀ ନିର୍ମଳ ସିଂହଙ୍କ ବିରୋଧରେ ଗାଈକୁ ଗୁଳି କରିଥିବା ନେଇ ଅଭିଯୋଗ ଆସିଛି। ଏହି ମାମଲାରେ ନିର୍ମଳ ସିଂହଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଅନ୍ୟପଟେ ଏହି ଅଭିଯୋଗକୁ ନିର୍ମଳ ସିଂହ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ସେ ଉକ୍ତ ଅଞ୍ଚଳକୁ ଯାଇ ହିଁ ନାହାନ୍ତି। ଏଣୁ ଗୁଳି କରିବା ପ୍ରଶ୍ନ ଉଠୁନି। ମାମଲାର ଯାଞ୍ଚ ଠିକ୍‌ ଭାବେ ହେଉ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ଡେମୋକ୍ରେଟିକ ଫ୍ରଣ୍ଟର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ନିର୍ମଳ ସିଂହଙ୍କ ହରିୟାଣା- ଉତ୍ତର ପ୍ରଦେଶ ସୀମାରେ ଫାର୍ମ ହାଉସ୍‌ ଅଛି। ତାହାର ସୀମା ଉତ୍ତର ପ୍ରଦେଶର ସହରନପୁର ଜିଲ୍ଲାର ଗାଁ ବରଥା କୋରସୀ ଡେରା ଯାଏଁ ଲାଗିଛି। ଏହା କୋତବାଲା ବେହଟ ଥାନା ଅଧୀନରେ ଆସୁଛି।

cow

ବରଥା କୋରସୀ ଡେରା ନିବାସୀ ହୁସେନ୍‌ ନାମକ କୃଷକଙ୍କ କହିବାନୁସାରେ ତାଙ୍କ ଗାଈ ଯମୁନା ନଦୀକୁ ପାଣି ପିଇବାକୁ ଯାଇଥିଲା। ଏହି ସମୟରେ ନିର୍ମଳ ସିଂହ ତାଙ୍କର କିଛି ସହଯୋଗୀଙ୍କ ସହ ସେଠାକୁ ଆସିଥିଲେ ଓ ଗାଈ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ତାଙ୍କର ଗୋଟିଏ ଗାଈ ଗୁରୁତର ହୋଇପଡିଥିବା ବେଳେ ଅନ୍ୟମାନେ ସେଠାରୁ ଭୟରେ କୁଆଡ଼େ ଚାଲିଯାଇଛନ୍ତି। ଏବେ ଯାଏଁ ସେମାନଙ୍କର କିଛି ସୂଚନା ମିଳିନାହିଁ। ସେ ଏନେଇ ସ୍ଥାନୀୟ ଥାନାରେ ନିର୍ମଳା ସିଂହ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.