Below header

ମିଳିଲାନି ନ୍ୟାୟ, ବାଧ୍ୟ ହୋଇ ଆତ୍ମହତ୍ୟା କଲେ ଗଣଦୁଷ୍କର୍ମ ପୀଡ଼ିତା

ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଜଣେ ବିଏଏଲ୍‌ଏଲ୍‌ବିର ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ କିଛି ଦିନ ପୂର୍ବରୁ ଯୁବତୀଙ୍କ ପ୍ରେମିକ ଓ ତାଙ୍କର କିଛି ସାଙ୍ଗ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନ୍ୟାୟ ପାଇଁ ସେ ପୋଲିସ ଓ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ମାତ୍ର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଯୁବତୀ ଏଭଳି ପଦକ୍ଷେପ ନେଇଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ମୃତା ଯୁବତୀ ଜଣକ ବିଏଏଲ୍‌ଏଲ୍‌ବି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ ନିଜ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ‘ଅଭିଯୁକ୍ତ ସବୁବେଳେ ତାଙ୍କ ଘରକୁ ଆସୁଥିଲେ ଓ କେବେକେବେ ଫୋନ୍‌ରେ ବି କଥାବାର୍ତ୍ତା କରୁଥିଲେ। ଅକ୍ଟୋବର ୩ରେ ସେ ତାଙ୍କୁ ଫୋନ୍‌ କରି ଘରକୁ ଡାକିଥିଲେ ଓ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପୋଲିସ ମାମଲା ରୁଜୁ କରିବା ପରେ ସେ କ୍ଷମା ମାଗି ବିବାହ କରିବାକୁ କହିଥିଲେ। ଏଣୁ ଯୁବତୀ ନିଜ ମାମଲା ଫେରାଇ ଆଣିଥିଲେ।

ଏହା ପରେ ଅକ୍ଟୋବର ୧୬ରେ ପୀଡ଼ିତାଙ୍କୁ ପୁଣିଥରେ ପ୍ରେମିକ କମରୁଦ୍ଦିନ ଡାକିଥିଲେ ଓ ଗାଡ଼ିରେ ସାଙ୍ଗମାନଙ୍କ ସହ ଘରକୁ ନେଇଯାଇଥିଲେ। ସେଠାରେ ପ୍ରଥମେ କମରୁଦ୍ଦିନ୍‌ ଓ ପରେ ତାଙ୍କ ସାଙ୍ଗମାନେ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହାର ଭିଡିଓ ମଧ୍ୟ ତିଆରି କରିଥିଲେ। ପରେ ପାଖ ଗାଁରେ ତାଙ୍କୁ ଛାଡ଼ି ଦେଇ ଚାଲିଯାଇଥିଲେ। ଏଥିସହ କାହାକୁ କହିଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ।

ସୁଇସାଇଡ୍‌ ନୋଟ୍‌ ମୁତାବକ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନଥିଲେ। ଏଣୁ ତାଙ୍କ ମନୋବଳ ଭାଙ୍ଗିଯାଇଥିଲା ଓ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.