Below header

ଏ ହେଲେ କୋଟିପତି ଭିକାରୀ, ଯିଏ ପଇସା ଗଣିବା ପାଇଁ ଘରେ ରଖିଛନ୍ତି ଚାକର, ଦେଉଛନ୍ତି ଦରମା

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭିକାରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ମାସକ ରୋଜଗାର ପାଖାପାଖି ୧ ଲକ୍ଷ ଟଙ୍କା। ଏତିକି ହିଁ ନୁହେଁ, ତାଙ୍କର ଦୁଇ ମହଲା ବିଶିଷ୍ଟ ଏକ ଘର ମଧ୍ୟ ରହିଛି। ତାଙ୍କ ବିଷୟରେ ଆହୁରି ଜାଣିଲେ, ଆପଣଙ୍କ ମନରେ ଯାହା ଭାବନା ଥିବ, ତାହା ପୂରାପୂରି ବଦଳିଯିବ। ଭିକାରୀ ଜଣକ ଏମିତି ସେମିତି ଭିକାରୀ ନୁହଁନ୍ତି, ବରଂ ବହୁତ ଖାସ୍ ଅଟନ୍ତି।

money1

ଏହାସହ ପଢ଼ନ୍ତୁ: ଚୀନରେ ପୋଲ ତଳେ ଫସିଲା ପ୍ଲେନ୍‌, ଭାଇରାଲ ଭିଡିଓର ମଜା ନେଉଛନ୍ତି ଲୋକେ, ଦେଖନ୍ତୁ ଆପଣ

ଏହି ଭିକାରୀ ପ୍ରତି ମାସରେ ନିଜ ପରିବାରର ୩ ସଦସ୍ୟଙ୍କ ପାଠପଢ଼ା ଖର୍ଚ୍ଚ ବି ତୁଲାଇଥାଆନ୍ତି। ଏହାସହିତ ସବୁ ମାସରେ ପୋଷ୍ଟ ଅଫିସରେ ପଇସା ଜମା କରିବା ପୂର୍ବରୁ ଘରେ ଥିବା ସମସ୍ତ ପଇସା ସାଙ୍ଗରେ ନେଇଯାଆନ୍ତି। ସେଠାରେ ସେ ସବୁତକ ନୋଟ୍ ଚଟାଣରେ ଖେଳେଇ ଦିଅନ୍ତି। ପଇସା ଗଣିବାରେ ପୋଷ୍ଟ ଅଫିସ କର୍ମଚାରୀ ତାଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ଆପଣ ଜାଣି ଚକିତ ହେବେ ଯେ ତାଙ୍କୁ ସହାୟତା କରିବାରେ କର୍ମଚାରୀମାନଙ୍କୁ ଏହି ଭିକାରୀ ୧୦୦୦ ଟଙ୍କା ଟିପ୍ ମଧ୍ୟ ଦେଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.