Below header

କର୍ଣ୍ଣାଟକ ସ୍କୁଲରେ ବିନା ହିଜାବରେ ଛାତ୍ରୀଙ୍କ ଏଣ୍ଟ୍ରି , କାଲିଠୁ ଖୋଲିବ ଶିକ୍ଷାନୁଷ୍ଠାନ

ଦୀର୍ଘ ସପ୍ତାହେ ହେଲାଣି ଉଡ୍ଡୁପି ଓ ବାଙ୍ଗାଲୋରରେ ହିଜାବ୍‌କୁ ନେଇ ଚାଲିଥିବା ହିଂସା ଓ ବିରୋଧ ପରେ ସୋମବାର ପୁଣି ଥରେ କର୍ଣ୍ଣାଟକରେ ହାଇସ୍କୁଲ୍‌ ଖୋଲିଛି। ଶିକ୍ଷା ସଂସ୍ଥା ଓ ଧାର୍ମିକ ଅନୁଷ୍ଠାନ ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇବା ପରେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲରେ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ ପୂର୍ବରୁ ହିଜାବ୍‌ ହଟାଇବାକୁ କୁହାଯାଇଛି।

ହିଜାବ୍‌କୁ ବିରୋଧ କରୁଥିବା ଲୋକେ ହାଇକୋର୍ଟରେ ନିଜର ପକ୍ଷ ରଖି କହିଛନ୍ତି ଯେ କଲେଜ୍‌ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। କାରଣ ସେମାନଙ୍କ ପାଖରେ କୌଣସି ଆଇନଗତ ଆଧାର ନାହିଁ। ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରିବେ। ଯେବେ ଯାଏଁ ହାଇକୋର୍ଟ ଏହାର କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି, ସେବେ ଯାଏଁ ଛାତ୍ରୀ ନିଜର ଧାର୍ମିକ ପରିଧାନରେ ସ୍କୁଲକୁ ଯାଇପାରିବେ।

ଉଡ୍ଡୁପୀରେ ଖୋଲାଥିବା ହାଇସ୍କୁଲରେ ହିଜାବକୁ ନେଇ ସ୍ଥିତି ସାମାନ୍ୟ ରହିଛି। ସ୍କୁଲ ପରିସରକୁ ଯେଉଁ ମୁସଲିମ୍‌ ଛାତ୍ରୀ ହିଜାବ ପିନ୍ଧି ଆସିଥିଲେ ସେମାନଙ୍କୁ କକ୍ଷକୁ ଯିବା ପୂର୍ବରୁ ଏହାକୁ ଖୋଲିବା ପାଇଁ କୁହାଯାଇଥିଲା। ଏନେଇ ଉଡ୍ଡୁପୀର ତହସିଲଦାର ପ୍ରଦୀପ କୁରୁଦେକର କହିଛନ୍ତି, କେସରୀ ରଙ୍ଗର ସାଲ୍‌ରେ ହିନ୍ଦୁ ଛାତ୍ରୀ ଆସିଥିବାର କୌଣସି ସୂଚନା ନାହିଁ। ଅନ୍ୟପଟେ ଆଇନ୍‌ ପରିଚାଳନା ପାଇଁ ଉଡ୍ଡୁପୀ ସହର ଓ ସ୍କୁଲ ପରିସରରେ ପୋଲିସ କର୍ମୀଙ୍କୁ ନିଯୁକ୍ତ କରାଯାଇଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଉଡ୍ଡୁପୀର ସରକାରୀ ହାଇସ୍କୁଲର ଅନ୍ୟ ପ୍ରି-ୟୁନିଭର୍ସିଟି କୋର୍ସର ଛାତ୍ରଛାତ୍ରୀ ଅଫ୍‌ଲାଇନ କ୍ଲାସ ପାଇଁ ଦରଖାସ୍ତ ଦେଇଛନ୍ତି। କିନ୍ତୁ ଏନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସରକାର ଘୋଷଣା କରିଛନ୍ତି ହିଜାବକୁ ନେଇ ବନ୍ଦଥିବା ସ୍କୁଲ, କଲେଜ୍‌ ଓ ଡିଗ୍ରୀ କଲେଜ୍‌ ଫେବ୍ରୁଆରୀ ୧୬ରୁ ଖୋଲାଯିବ ଓ ହାଇକୋର୍ଟ ହିଜାବ୍‌ର ଶୁଣାଣି କରିବା ପର୍ଯ୍ୟନ୍ତ ଛାତ୍ରୀ ଏହାକୁ ପରିଧାନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.