ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି ; ଏପର୍ଯ୍ୟନ୍ତ ୩କୋଟିରୁ ଅଧିକ ସମ୍ପତ୍ତି ଠାବ

କଟକ (କେନ୍ଯୁଜ୍): ବଡ଼ ଧରଣର ଭିଜିଲାନ୍ସ ରେଡ୍‌ । ଅତିରିକ୍ତ ଏସ୍‌ପିଙ୍କ ଘରେ ଭିଜିଲାନସ ଚଢାଉ । ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । କଟକ, କୋରାପୁଟ, ଯାଜପୁର ଓ ଭୁବନେଶ୍ୱରରେ ରେଡ୍‌ ହୋଇଛି । କଟକ ମଧୁପାଟଣା ସରକାରୀ ବାସଭବନ ସମେତ ଏକକାଳୀନ ୧୩ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ରସୁଲଗଡ ମନୋରମା ଇଷ୍ଟେଟରେ ଚଢାଉ ଚାଲିଛି । ନବରଙ୍ଗପୁର ଡାବୁଗାଁର ପୈତୃକ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ।

ଏହାସହ ଯାଜପୁର ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍‌ ଓ ମେଡିସିନ୍‌ ଦୋକାନରେ ତଲାସୀ କରୁଛି ଭିଜିଲାନ୍ସ । ଖଇରା ସ୍ଥିତ ଶ୍ୱଶୁର ଘର, ତେଲିଗଡ ସଞ୍ଜୟ ନଗରରେ ଥିବା ଫାର୍ମ ହାଉସରେ ମଧ୍ୟ ଛାନଭିନ୍‌ ଚାଲିଛି । BMW ସହ ଆହୁରି ୪ଟି ଦାମୀ ଗାଡ଼ି ବ୍ୟବହାର କରୁଥିଲେ ଏଏସ୍‌ପି । ତାଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଜବତ ହୋଇଛି । ଏପର୍ଯ୍ୟନ୍ତ ୩କୋଟିରୁ ଅଧିକ ସମ୍ପତ୍ତି ଥିବା ଜଣାପଡିଛି । ତାଙ୍କ ନଖରା ସ୍ଥିତ ଘରେ ବିଦେଶୀ କୁକୁର ରହିଛି । ଯାହାର ଦାମ୍‌ ଏକ ଲକ୍ଷ ୪୦ ହଜାର ଟଙ୍କା ବୋଲି ଜଣାପଡିଛି। ମନୋରମା ଇଷ୍ଟେଟରେ ଥ୍ରୀ-BHK ଫ୍ଲାଟ ରହିଛି । ଯାଜପୁର ବଡ଼ଚଣାରେ ରହିଛି ଫାର୍ମ ହାଉସ । ଭୁବନେଶ୍ୱର ଓ ବଡ଼ଚଣାରେ ତିନିଟି ଫ୍ଲାଟ ଅଛି । BMW କାରର ଦାମ ୧କୋଟି ୧୧ ଲକ୍ଷ । କ୍ରେଟା କାରର ଦାମ ୧୭ ଲକ୍ଷ ଟଙ୍କା ।

ସେହିଭଳି ଗୋଟିଏ ବାଇକର ଦାମ ୨୦ ଲକ୍ଷ ଓ ଅନ୍ୟ ଗୋଟିଏ ସ୍ପିଡ ବାଇକ ଦାମ ୫ ଲକ୍ଷ ୩୦ ହଜାର ଟଙ୍କା । ସବୁ ଗାଡ଼ିରେ ସ୍ପେଶାଲ ନମ୍ବର ରହିଛି । ଚଢାଉରେ ୩ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୧୩ ଇନ୍ସପେକ୍ଟର ସାମିଲ ଅଛନ୍ତି । କମିଶନରେଟ ପୋଲିସରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ ତ୍ରିନାଥ ମିଶ୍ର । ବିଭିନ୍ନ ଥାନାରେ ଆଇଆଇସି, ଜୋନ୍‌ ଏସିପି, ଅତିରିକ୍ତ ଡିଏସ୍‌ପି ଭାବେ କାର୍ଯ୍ୟରତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.